ଓଡିଶା

odisha

ETV Bharat / bharat

ନିର୍ଭୟା ମାମଲା: ଆସିଲା ନୂଆ ଡେଥ ୱାରେଣ୍ଟ, ମାର୍ଚ୍ଚ 3ରେ ଫାଶୀ - ମାର୍ଚ୍ଚରେ ଫୀଶୀ

2012 Delhi gang-rape case
2012 Delhi gang-rape case

By

Published : Feb 17, 2020, 4:29 PM IST

Updated : Feb 17, 2020, 6:17 PM IST

18:14 February 17

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ ଟାରେ 4 ଦୋଷୀଙ୍କୁ ଫାଶୀ

ଡେଥ ୱାରେଣ୍ଟ ଜାରି ପରେ, ନିର୍ଭୟା ମାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ନିର୍ଭୟାକାଣ୍ଡର 4 ଦୋଷୀଙ୍କ ପାଇଁ ପୁଣି ଥରେ ଡେଥ ୱାରେଣ୍ଟ ଜାରି । ମାର୍ଚ୍ଚ 3 ତାରିଖ ସକାଳ ୬ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ତିହାର ଜେଲ ଡିଜି ସନ୍ଦୀପ ଗୋଏଲଙ୍କୁ ନୂଆ ମୃତ୍ୟୁ ପରୱାନା ଅଧିକାରୀକ ଆଦେଶକୁ ହସ୍ତାନ୍ତର କରାଯାଇଛି ।

ସୋମବାର ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ନିର୍ଭୟା ମାମଲାର ଦୋଷୀ ୪ ଦୋଷୀ ବିନୟ କୁମାର ଶର୍ମା(26), ପବନ କୁମାର ଗୁପ୍ତା(25), ମୁକେଶ ସିଂହ(32) ଏବଂ ଅକ୍ଷୟ କୁମାର(31)ଙ୍କ ପାଇଁ ନୂଆ ଡେଥ ୱାରେଣ୍ଟ ଜାରି କରିଛନ୍ତି । ସୋମବାର ସକାଳ 6ଟା ସମୟରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟାର 4 ଦୋଷୀ । 

16:20 February 17

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ ଟାରେ 4 ଦୋଷୀଙ୍କୁ ଫାଶୀ

ଡେଥ ୱାରେଣ୍ଟ ଜାରି ପରେ, ନିର୍ଭୟା ଦୋଷୀ ଓକିଲଙ୍କ ପ୍ରତିକ୍ରିୟା

ଆଜି ଦିନ ପ୍ରାୟ ୨ଟାରୁ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଏଥିରେ ପ୍ରଥମେ ୩ ଦୋଷୀଙ୍କ କ୍ଷମା ଆବେଦନ ଖାରଜ ହୋଇଯିବା ସହ ଅନ୍ୟ ଜଣଙ୍କର କ୍ଷମା ଆବେଦନ ବାକିଥିବା ଦର୍ଶାଯାଇଥିଲା। ହେଲେ ଏହାକୁ ନେଇ ସରକାରୀ ଓକିଲ କହିଥିଲେ ଏଥିପାଇଁ ହାଇକୋର୍ଟ ପକ୍ଷରୁ ଏକ ସପ୍ତାହ ସମୟ ଦିଆଯାଇଥିବା ବେଳେ ଏହା ଗତ ୧୧ ତାରିଖରୁ ଶେଷ ହୋଇଯାଇଛି। ତେଣୁ ଏବେ ଏହି ମାମଲାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯିବ।

କୋର୍ଟର ଏହି ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମା'। 7 ବର୍ଷ ହେଲା ସଂଘର୍ଷ ଜାରି ରହିଛି ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ବୋଲି ସେ କହିଛନ୍ତି । 3 ମାର୍ଚ୍ଚରେ ନିର୍ଭୟା ଦୋଷୀଙ୍କୁ ଫାଶୀ ସଜା ମିଳିବ ବୋଲି ଦୃଢ ଆଶା ରହିଛି ବୋଲି ମଧ୍ୟ କହିଛନ୍ତି । ଅନ୍ୟପଟେ 4ଦୋଷୀଙ୍କ ଓକଲି ଏପି ସିଂହ ଆହୁରି ଅନେକ ଆଇନଗତ ବିକଳ୍ପ ବାକି ରହିଛି ବୋଲି କହିଛନ୍ତି ।  

ଏହାମଧ୍ୟ ଖବର ରହିଛି ଯେ ଜେଲରେ ଦୋଷୀ ବିନୟ ଶର୍ମା ଅନଶନ ଜାରି ରଖିଛି । ଅନ୍ୟପଟେ କୋର୍ଟ ତିହାର ଜେଲ ଅଧିକ୍ଷକଙ୍କୁ ନିୟମାନୁସାରେ ଦୋଷୀଙ୍କ ଦେଖାରଖା କରିବା ପାଇଁ ଆଦେଶ ଦେଇଛନ୍ତି ।  

ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଥମେ ଜାନୁଆରୀ 22 ତାରିଖକୁ ନିର୍ଭୟା ଦୋଷୀଙ୍କ ଡେଥ ୱାରେଣ୍ଟ ଜାରି ହୋଇଥିଲା । ଏହାପରେ ଫେବୃଆରୀ 1ତାରିଖକୁ ପୁଣି ଥରେ ଦ୍ବିତୀୟ ଥର ପାଇଁ 4ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନୂଆ ଡେଥ ୱାରେଣ୍ଟ ଜାରି ହୋଇଥିଲା ।  

Last Updated : Feb 17, 2020, 6:17 PM IST

ABOUT THE AUTHOR

...view details