ଓଡିଶା

odisha

ETV Bharat / bharat

ସକାଳେ ଫାଶୀ: ନିର୍ଭୟା ଦୋଷୀଙ୍କ ନୂଆ ଚାଲ, କିଛି ସମୟରେ ଶୁଣାଣି - ତିହାର ଜେଲ

ଦିଲ୍ଲୀ ହାଇକୋର୍ଟରେ ଡେଥ୍‌ ୱାରେଣ୍ଟ ଉପରେ ବିନୟ, ଅକ୍ଷୟ ଏବଂ ପୱନ ଟ୍ରାଏଲ କୋର୍ଟର ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରିଛନ୍ତି । ରାତି 9 ଟା ପରଠାରୁ ହାଇକୋର୍ଟ ଏହି ପିଟିସନର ଶୁଣାଣି ହେବାର ସମ୍ଭାବନା ରହିଛି ।

ନିର୍ଭୟା ଦୋଷୀଙ୍କ ନୂଆ ଚାଲ
ନିର୍ଭୟା ଦୋଷୀଙ୍କ ନୂଆ ଚାଲ

By

Published : Mar 19, 2020, 9:49 PM IST

ନୂଆଦିଲ୍ଲୀ: ରାତି ପାହିବା ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ପାଇ ସାରିଥିବେ ଚାରି ଦୋଷୀ । ସବୁ ଆଇନଗତ ଖେଳ ସରିଛି । ହେଲେ ପୁଣି ଥରେ ଫାଶୀରୁ ବର୍ତ୍ତିବା ପାଇଁ ନୂଆ ଚାଲ ଖେଳିଛନ୍ତି ଦୋଷୀ । ଟ୍ରାଏଲ କୋର୍ଟର ଡେଥ୍‌ ୱାରେଣ୍ଟ ସ୍ଥିଗତ ଆଦେଶକୁ 4 ଦୋଷୀଙ୍କ ମଧ୍ୟରୁ ବିନୟ, ଅକ୍ଷୟ ଏବଂ ପୱନ ଉପରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ରାତି 9 ଟା ପରଠାରୁ ହାଇକୋର୍ଟ ଏହି ପିଟିସନର ଶୁଣାଣି ହେବାର ସମ୍ଭାବନା ରହିଛି ।

ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ସରକାରୀ ଓକିଲ କହିଥିଲେ ଯେ, ପୱନଙ୍କ କ୍ୟୁରେଟିଭ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହ ପୱନର ଦ୍ବିତୀୟ ଦୟା ଆବେଦନ କରିଥିଲା କିନ୍ତୁ ପ୍ରଥମ ଦୟା ଆବେଦନ ସମ୍ପୂର୍ଣ୍ଣ ହୋଇଥିବାରୁ ରାଷ୍ଟ୍ରପତି ଏହାକୁ ବିଚାର କରିବାକୁ ମନା କରି ଦେଇଛନ୍ତି ।

ଅନ୍ୟପଟେ ଦୋଷୀଙ୍କ ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟକୁ ଏହା କହିଛନ୍ତି ଯେ, ଅକ୍ଷୟଙ୍କ ଦୟା ଆବେଦନ ରାଜ୍ୟପାଳଙ୍କ ନିକଟରେ ବିଚାରାଧୀନ ଅଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ୪ ଅପରାଧୀଙ୍କ ସବୁ ଆଇନ୍‌ଗତ ଖେଳ ଶେଷ ହୋଇଯାଇଛି। ଆସନ୍ତାକାଲି ମାର୍ଚ୍ଚ ୨୦ ତାରିଖ, ସକାଳ ୫ଟା୩୦ରେ ଫାଶୀ ଖୁଣ୍ଟରେ ସମସ୍ତ ୪ ଅପରାଧୀଙ୍କୁ ଝୁଲାଇବା ପାଇଁ ତିହାର ଜେଲ୍‌ରେ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ।

ABOUT THE AUTHOR

...view details