ଓଡିଶା

odisha

ETV Bharat / bharat

କୋର୍ଟ ଆଗରେ ନ୍ୟାୟ ପାଇଁ ନିର୍ଭୟା ମାଆ-ବାପାଙ୍କ ନାରା - nirbhaya parents shouting slogans

ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିବାକୁ ନେଇ ନାରାଜ ନିର୍ଭୟାଙ୍କ ମାଆ ଓ ବାପା । ପଟିଆଲା କୋର୍ଟ ବାହାରେ ନ୍ୟାୟ ଦିଅର ନାରା ଦେଲେ ନିର୍ଭୟା ମାଆ ବାପାଙ୍କ ସମେତ ସମାଜସେବୀ ଯୋଗ୍ୟତା ଭୟାନା । ଅଧିକ ପଢନ୍ତୁ...

କୋର୍ଟ ଆଗରେ ନିର୍ଭୟା ମାଆ-ବାପାଙ୍କ ନ୍ୟାୟ ପାଇଁ ନାରା
କୋର୍ଟ ଆଗରେ ନିର୍ଭୟା ମାଆ-ବାପାଙ୍କ ନ୍ୟାୟ ପାଇଁ ନାରା

By

Published : Feb 12, 2020, 6:14 PM IST

ହାଇଦ୍ରାବାଦ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କୁ ବର୍ତ୍ତମାନ ଯାଏଁ ବି ଫାଶୀ ଖୁଣ୍ଟରେ ଝୁଲି ନାହାଁନ୍ତି । ଫାଶୀରୁ ବଞ୍ଚିବା ପାଇଁ ଦୋଷୀ କୌଣସି ପ୍ରକାରର ଉପାୟ ବାହାର କରି ଖସିଯିବାକୁ ପ୍ରୟାସ ଜାରି ରଖିଛନ୍ତି । ଘଟଣାର 8 ବର୍ଷ ବିତିଯାଇଥିବା ବେଳେ ନ୍ୟାୟ ଅପେକ୍ଷାରେ ନିର୍ଭୟାଙ୍କ ପରିବାର । ବାରମ୍ବାର ଫାଶୀ ଘୁଞ୍ଚିବାକୁ ନେଇ ନିର୍ଭୟାଙ୍କ ମାଆ-ବାପାଙ୍କ ସମେତ ଲୋକଙ୍କ ମନରେ ରହିଛି ଆକ୍ରୋଶ।

ଭିଡିଓ ସୌଜନ୍ୟ: @ANI

ଲମ୍ବା ଆଇନ ପ୍ରକ୍ରିୟାର ଲଢେଇ ସତ୍ତ୍ବେ ଦୋଷୀଙ୍କ ଫାଶୀରେ ବିଳମ୍ବକୁ ନେଇ ନିର୍ଭୟାଙ୍କ ମାଆ- ବାପା ଦିଲ୍ଲୀର ପଟିଆଲା ହାଉସକୋର୍ଟ ଆଗରେ ନାରାବାଜି କରିଛନ୍ତ ।ବୁଧିବାର ନିର୍ଭୟାଙ୍କ ମାଆବାପାଙ୍କ ସମେତ ସମାଜସେବୀ ଯୋଗ୍ୟତା ଭୟାନା ପଟିଆଲା ହାଉସକୋର୍ଟ ବାହାରେ ନିର୍ଭୟା ଦୋଷୀଙ୍କୁ 'ଫାଶୀ ଦିଅ..ଫାଶୀ ଦିଅ', 'ନିର୍ଭୟାକୁ ନ୍ୟାୟ ଦିଅ..ନ୍ୟାୟ ଦିଅ', 'ଆମେ ନ୍ୟାୟ ଚାହୁଁଛୁ' ଆଦି ନାରା ଦେଇଛନ୍ତି । ଏହାସହ ନିର୍ଭୟାଙ୍କ ମାଆ ଓ ବାପା ପଟିଆଲା ହାଉସକୋର୍ଟ ବାହାରେ ଧାରଣାରେ ବସିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

@ANI

ABOUT THE AUTHOR

...view details