ନୂଆଦିଲ୍ଲୀ: ସାରା ରାତି ଅପେକ୍ଷା ଓ ଫାଶୀର ଭୟରେ ଛଟପଟ । ହେଲେ ସକାଳ ହେବା କ୍ଷଣି କେହି ରୋକିପାରିନଥିଲା ଜଲ୍ଲାଦ ପବନର ହାତକୁ । ଫାଶୀ ଖୁଣ୍ଟରେ ଝୁଲାଇଥିଲା ନିର୍ଭୟାର 4 ସୈତାନଙ୍କୁ । କ୍ଷଣିକ ଭିତରେ ପ୍ରାଣବାୟୁ ଉଡିଯାଇଥିଲା ବେଳେ 7 ବର୍ଷ ନ୍ୟାୟ ପାଇଁ ଅପେକ୍ଷା କରିଥିବା ନିର୍ଭୟାର ମା'ଙ୍କ ଦେହରେ ପ୍ରାଣ ପଶିଥିଲା । ଆଉ ଆଶାଦେବୀଙ୍କ ଦୀର୍ଘ 7 ବର୍ଷ 3 ମାସର ଆଶା ପୂରଣ ହୋଇଛି ।
ଝିଅକୁ ନ୍ୟାୟ ଦେବା ପାଇଁ ବାରମ୍ବାର ଫେଲ ମାରିବା ପରେ ଶେଷରେ ଅଧର୍ମ ଉପରେ ଧର୍ମର ବିଜୟ ବାନା ଉଡିଛି । ସବୁଦିନ ପାଇଁ ସେହି 4 ଯୌନ ରାକ୍ଷସଙ୍କ ଦେହର ଭୋକ ଓ ମନରେ ଥିବା ଲାଳସା ମରିଯିବା ସହ ସେମାନଙ୍କ ନାଁ ଲିଭିଯାଇଛି । ହେଲେ ସେମାନଙ୍କ କୁକର୍ମ ସମସ୍ତଙ୍କ ମାନଷପଟରେ ଚିରଦିନ ଘୃଣାର ପାତ୍ର ହୋଇରହିବ । ହେଲେ ଆଜିର ଏହି ନ୍ୟାୟର ସକାଳରୁ ସମସ୍ତେ ଖୁସିର ସହ ମନାଉଛନ୍ତି ।
ତେବେ ଜେଲରେ ନିଜ କୁକର୍ମର ସଜ୍ଜା କାଟୁଥିବା ଏହି 4 ଦୋଷୀ କ'ଣ କାମ କରୁଥିଲେ । କେମିତି କଟୁଥିଲା ଏମାନଙ୍କ ପ୍ରତିଟି ମୁହୁର୍ତ୍ତ । କିଏ କେତେ ରୋଜଗାର କରି ପୁଞ୍ଜି ଠୁଳ କରିଛି ଆଉ କିଏ ଜେଲର ନିୟମକୁ କେତେ ଥର ଭାଙ୍ଗି ଦଣ୍ଡ ପାଇଛି । ଏମିତି କିଛି ଘଟଣା ବିଷୟରେ ଆସନ୍ତୁ ଜାଣିବା ।