ଓଡିଶା

odisha

ETV Bharat / bharat

ନିର୍ଭୟା ଦୋଷୀଙ୍କୁ ପୃଥକ ଫାଶୀଦେବା ନେଇ ଘୁଞ୍ଚିଲା ଶୁଣାଣି - supreme court

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର 4 ଦୋଷୀଙ୍କୁ ପୃଥକ ଭାବେ ଫାଶୀ ଦିଆଯିବା ଆବେଦନ ଉପରେ ଘୁଞ୍ଚିଲା ଶୁଣାଣି । ଫେବୃଆରୀ 11 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି  । ଅଧିକ ପଢନ୍ତୁ...

nirbhaya-case
ନିର୍ଭୟା ଦୋଷୀ

By

Published : Feb 7, 2020, 2:10 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର 4 ଦୋଷୀଙ୍କୁ ପୃଥକ ଭାବେ ଫାଶୀ ଦିଆଯିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ସଂକ୍ଷିପ୍ତ ଶୁଣାଣି ହୋଇଛି । ଫେବୃଆରୀ 11 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଏହି ସମୟରେ କହିଛନ୍ତି ସୁପ୍ରିମକୋର୍ଟ । ଏହା ବ୍ୟତୀତ 4 ଦୋଷୀଙ୍କୁ ଏନେଇ ନୋଟିସ ମଧ୍ୟ ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିର୍ଭୟା ମାମଲାର ୪ ଦୋଷୀ ଫାଶୀରୁ ବର୍ତ୍ତିବା ପାଇଁ ଗୋଟିଏ ପରେ ଗୋଟିଏ ବିକଳ୍ପ ଆପଣାଉଥିବାରୁ ସେମାନଙ୍କୁ ଫାଶୀ ଦିଆଯାଇ ପାରୁନାହିଁ। ୨ ଥର ଫାଶୀ ତାରିଖ ଘୁଞ୍ଚାଯାଇ ସାରିଲାଣି । ତେଣୁ ଦୋଷୀମାନଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦେବାକୁ ଅନୁମତି ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏବଂ ତିହାର ଜେଲ କର୍ତ୍ତୃପକ୍ଷ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରି ସେମାନଙ୍କୁ ପୃଥକ ଭାବେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ ।

ସେପଟେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟଙ୍କ ଆଦେଶ ବିରୋଧରେ ସରକାର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିବା ସହ ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ଆବେଦନ କରିଥିଲେ ।

ABOUT THE AUTHOR

...view details