ଓଡିଶା

odisha

ETV Bharat / bharat

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବା ପାଇଁ ଦୋଷୀଙ୍କ ନୂଆ ଯୋଜନା - nirbhaya convicts vinay sharma

ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏବେ ମାନସିକ ସ୍ଥିତି ଖରାପ ଥିବା ଦର୍ଶାଇ ଫାଶୀ ନଦେବା ପାଇଁ ଆବେଦନ କରିଛି ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ବିନୟ ଶର୍ମା ।

nirbhaya-case
ନିର୍ଭୟା ମାମଲା

By

Published : Feb 13, 2020, 2:33 PM IST

Updated : Feb 13, 2020, 2:41 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର 4 ଦୋଷୀ ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି । ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏବେ ମାନସିକ ସ୍ଥିତି ଖରାପ ଥିବା ଦର୍ଶାଇ ଫାଶୀ ନଦେବା ପାଇଁ ଆବେଦନ କରିଛି ଦୋଷୀ ବିନୟ ଶର୍ମା ।

ରାଜକ୍ଷମା ଆବେଦନ ଖାରଜ ହେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବିନୟ । ଗୁରୁବାର ଏହି ଆବେଦନର ଶୁଣାଣି ସମୟରେ ଏଭଳି କିଛି ଯୁକ୍ତି ଉପସ୍ଥାପନା କରିଛନ୍ତି ବିନୟ ଶର୍ମା ପକ୍ଷରୁ ଲଢୁଥିବା ଓକିଲ । ଅପରପକ୍ଷରେ ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରି ଶୁକ୍ରବାର ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି । ଶୁକ୍ରବାର ଅପରାହ୍ନ ୨ଟା ବେଳେରାୟ ପ୍ରକାଶ ପାଇବ । ।

ତେବେ ଶୁଣାଣି ସମୟରେ ବିନୟର ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ, ବିନୟ ଶର୍ମାର ମାନସିକ ସ୍ଥିତି ଠିକ ନାହିଁ । ତିହାର ଜେଲରେ ତାକୁ ନିର୍ଜନ କୋଠରିରେ ରଖି ମାନସିକ ପ୍ରତାଡନା ଦିଆଯାଉଥିଲା । ଏହି କାରଣରୁ ବିନୟ ମେଣ୍ଟାଲ ଟ୍ରାମା ଦେଇ ଗତି କରୁଛି । ତେଣୁ ତାକୁ ଫାଶୀଦଣ୍ଡ ଦିଆଯାଇପାରିବ ନାହିଁ । ନ୍ୟାୟ ପାଇଁ ମୁଁ ଏଠାରେ ହାଜର ହୋଇଛି । ଏଠାକୁ ନ ଆସି ଅନ୍ୟ କୁଆଡ଼େ ଯିବି? ନ୍ୟାୟ ପାଇଁ ମୁଁ ସୁପ୍ରିମକୋର୍ଟଙ୍କୁ ଗୁହାରି କରୁଛି ।

ସଲିସିଟର୍‌ ଜେନେରାଲ୍‌ ତୁଷାର ମେହତା ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ବିନୟକୁ ନିର୍ଜନ କୋଠରିରେ ରଖାଯାଇ ନ ଥିଲା । ମନଯୋଗ ସହକାରେ ଉତ୍ତମ ରୂପେ ବିଚାର କରି ଭାରତର ରାଷ୍ଟ୍ରପତି ବିନୟଙ୍କର କ୍ଷମା ଆବେଦନ ଅଗ୍ରାହ୍ୟ କରିଥିଲେ । ତେଣୁ ଏହି ମାମଲାର ନ୍ୟାୟିକ ସମୀକ୍ଷା ପରିସର ସୀମିତ ହୋଇ ଯାଇଛି ବୋଲି ସେ କହିଥିଲେ ।

Last Updated : Feb 13, 2020, 2:41 PM IST

ABOUT THE AUTHOR

...view details