ଓଡିଶା

odisha

ETV Bharat / bharat

ନିର୍ଭୟା ମାମଲା: ମୁକେଶର ରାଜକ୍ଷମା ଖାରଜ ଆବେଦନର କରାଯିବ ତ୍ବରିତ ଶୁଣାଣି - ରାଜକ୍ଷମା ଖାରଜ ଆବେଦନର ତ୍ବରିତ ଶୁଣାଣି

ଫାଶୀକୁ ଆଉ ମାତ୍ର 4 ଦିନ । ଫାଶୀକୁ ଘୁଞ୍ଚେଇବାକୁ ପୁଣି ଏକ ଚାଲ ଆପଣେଇଲା ନିର୍ଭୟାର ଅନ୍ୟତମ ଦୋଷୀ ମୁକେଶ । ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ ମୁକେଶର ରାଜକ୍ଷମା ଖାରଜ ଆବେଦନ ଉପରେ । ଅଧିକ ପଢନ୍ତୁ...

Nirbhaya case
ମୁକେଶର ରାଜକ୍ଷମା ଖାରଜ ଆବେଦନର କରାଯିବ ତ୍ବରିତ ଶୁଣାଣି

By

Published : Jan 27, 2020, 1:44 PM IST

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ପୁଣି ଏକ ଚାଲ। ଫାଶୀ ଦଣ୍ଡାଦେଶକୁ ଘୁଞ୍ଚେଇବାକୁ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ। ରାଷ୍ଟ୍ରପତିଙ୍କ ନିକଟରୁ ନିର୍ଭୟାର ଅନ୍ୟତମ ଦୋଷୀ ମୁକେଶର ରାଜ କ୍ଷମା ଆବେଦନ ଖାରଜ ହେବା ପରେ ଏହି ମାମଲାର ଶୁଣାଣି ଏବେ ସର୍ବୋଚ୍ଚ ନ୍ୟାୟାଳୟରେ କରାଯିବ । ସେପଟେ ଫାଶୀ ଦଣ୍ଡାଦେଶ ପାଖେଇ ଆସୁଥିବାବେଳେ ଏହି ମାମଲାର ତୁରନ୍ତ ଶୁଣାଣି ଜରୁରୀ ବୋଲି କହିଛନ୍ତି ଜଷ୍ଟିସ ଏସ.ଏ ବୋବଡେ । ସୋମବାର ଏହି ମାମଲାର ତୁରନ୍ତ ଶୁଣାଣି କରିବା ସହ ରେଜିଷ୍ଟ୍ରି କରିବାକୁ ପରାମର୍ଶ ଦେଇଛନ୍ତି ଖୋଦ ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଜଷ୍ଟିସ ଏସ.ଏ. ବୋବେଡ । ଫେବୃୟାରୀ 1ରେ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଥିବାବେଳେ ଏହା ପୂର୍ବରୁ ସମସ୍ତ ମାମଲାକୁ ପ୍ରାଥମିକତା ଦିଆଯାଉ ବୋଲି ସେ କହିଛନ୍ତି ।

ନିର୍ଭୟା ମାମଲାରେ ସମ୍ପୃକ୍ତ 4 ଦୋଷୀଙ୍କ ଜାରି ହୋଇସାରିଛି ‘ଡେଥ ୱାରଣ୍ଟ’ । ଆସନ୍ତା ଫେବୃୟାରୀ 1ରେ ଫାଶୀ ଖୁଣ୍ଟରେ ଝୁଲିଲେ ସମସ୍ତ ଦୋଷୀ । କିନ୍ତୁ ‘ଡେଥ ୱାରଣ୍ଟ’ ଜାରି ହେବା ପରଠାରୁ ବିଭିନ୍ନ ଆଳ ଦେଖାଇ ଗୋଟିଏ ପରେ ଗୋଟିଏ ଆବେଦନ କରିଚାଲିଛନ୍ତି ଦୋଷୀ । ନିର୍ଭୟାର ଅନ୍ୟତମ ଦୋଷୀ ମୁକେଶ ଏଥିରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ଯାହାକୁ ପରବର୍ତ୍ତି ପର୍ଯ୍ୟାୟରେ ଖାରଜ କରିଦେଇଥିଲେ ରାଷ୍ଟ୍ରପତି । ଯାହାର ପୁନଃ ବିଚାର ପାଇଁ ଆବେଦନ କରିଥିଲେ ମୁକେଶଙ୍କ ଓକିଲ ।

ABOUT THE AUTHOR

...view details