ଓଡିଶା

odisha

ETV Bharat / bharat

ନିର୍ଭୟା ମାମଲା: କାଉଣ୍ଟ ଡାଉନ ଆରମ୍ଭ, ରାତି ପାହିଲେ ଫାଶୀ - ଆରମ୍ଭ ହେଲା କାଉଣ୍ଟ ଡାଉନ

ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ପାଖେଇଆସୁଛି ନିର୍ଭୟା ଦୋଷୀଙ୍କ ଫାଶୀ ପାଇବାର ସମୟ । କୋର୍ଟରେ ଖାରଜ ହେଉଛି ଗୋଟିଏ ପରେ ଗୋଟିଏ ପିଟିସନ । ପ୍ରସ୍ତୁତ ରହିଛି ଜହ୍ଲାଦ ଆଉ ପ୍ରସ୍ତୁତ ଫାଶୀ ଦଉଡି । ରାତି ପାହିଲେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର 4 ଦୋଷୀ । ଆଉ ଦୋଷୀଙ୍କ ଫାଶୀ ସହ ନିର୍ଭୟାକୁ ମିଳିବ ନ୍ୟାୟ । ଅଧିକ ପଢନ୍ତୁ....

Nirbhaya case: All legal routes closed, convicts set to hang at 5.30 am tomorrow
ନିର୍ଭୟା ମାମଲା: ଆରମ୍ଭ ହେଲା କାଉଣ୍ଟ ଡାଉନ, ରାତି ପାହିଲେ ଫାଶୀ

By

Published : Mar 19, 2020, 11:07 PM IST

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ପାଖେଇଆସୁଛି ନିର୍ଭୟା ଦୋଷୀଙ୍କ ଫାଶୀ ପାଇବାର ସମୟ । କୋର୍ଟରେ ଖାରଜ ହେଉଛି ଗୋଟିଏ ପରେ ଗୋଟିଏ ପିଟିସନ । ପ୍ରସ୍ତୁତ ରହିଛି ଜହ୍ଲାଦ ଆଉ ପ୍ରସ୍ତୁତ ଫାଶୀ ଦଉଡି । ରାତି ପାହିଲେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର 4 ଦୋଷୀ । ଆଉ ଦୋଷୀଙ୍କ ଫାଶୀ ସହ ନିର୍ଭୟାକୁ ମିଳିବ ନ୍ୟାୟ ।

ନିର୍ଭୟା ମାମଲା: ଆରମ୍ଭ ହେଲା କାଉଣ୍ଟ ଡାଉନ, ରାତି ପାହିଲେ ଫାଶୀ

2012 ଡିସେମ୍ବର 16ର ରାତି । ଦୋହଲାଇ ଦେଇଥିଲା ଦେଶର ରାଜଧାନୀକୁ । ସେ ଦିନ ରାତିରେ ଯାହା ଘଟିଥିଲା ତାହା ଦେଶର ରାଜଧାନୀରେ ସବୁଦିନ ପାଇଁ କଳାଦାଗ ହୋଇରହିଲା । ଏକୁଟିଆ ବସ ଭିତରେ ଥିଲା ନିର୍ଭୟା । ରାତିର ଅନ୍ଧକାର ଘନେଇ ଉଠୁଥିଲା । ଦିଲ୍ଲୀର ସଡକରେ କ୍ଷିପ୍ର ବେଗରେ ଦଉଡୁଥିଲା ବସ । ଆଉ ଏହି ଚଳାନ୍ତା ବସରେ 6 ଜଣ ମାନବରୂପି ରାକ୍ଷସ 23 ବର୍ଷୀୟ ନିର୍ଭୟା ସହ ଦୁଷ୍କର୍ମ କରି ପଶୁତ୍ବର ସବୁ ସୀମା ଟପିଯାଇଥିଲେ । ଘଟଣାଟି ନିଆଁ ପରି ବ୍ୟାପିଗଲା । ଏହା ଜାଣିବା ପରେ ଥରି ଉଠିଥିଲା ଦେଶବାସୀଙ୍କ କଲିଜା । ଘଟଣାର 2 ଦିନ ପରେ ପରେ ସମସ୍ତ 4 ଦୋଷୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ । ଏ ନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ତତ୍କାଳୀନ ଦିଲ୍ଲୀ ପୋଲିସ ଆୟୁକ୍ତ ନିରଜ କୁମାର ।

18 ଡିସେମ୍ବର 2012 ସଂସଦରେ ଘଟଣାକୁ ନେଇ ଆରମ୍ଭ ହେଲା ଝଡ । ଆକ୍ରୋଶରେ ଆସି ସାଂସଦମାନେ ନିର୍ଭୟା ଦୋଷୀଙ୍କୁ ମୃତ୍ୟଦଣ୍ଡ ପାଇଁ ଦାବି କରିଥିଲେ । ରାଜଧାନୀରେ ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତ ଜରୁରୀ ପଦକ୍ଷେପ ନିଆଯିବ ବୋଲି ଆଶ୍ବାସନ ଦେଇଥିଲେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଧେ ।

ଏହି ମଧ୍ୟରେ ପୀଡିତ ନିର୍ଭୟାକୁ ଗୁରୁତର ଅବସ୍ଥାରେ ସିଙ୍ଗାପୁର ସ୍ଥାନାନ୍ତର କରାଗଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସଡକରୁ ସଂସଦ ଯାଏଁ ନ୍ୟାୟ ପାଇଁ ଦାବି ଜୋର ଧରିବାକୁ ଲାଗିଲା । ଦିଲ୍ଲୀ ସହ ଦେଶର ଅନ୍ୟାନ୍ୟ ସ୍ଥାନରେ ଆରମ୍ଭ ହୋଇଥିଲା ପ୍ରଦର୍ଶନ । ନିର୍ଭୟାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାକୁ ଲାଗିଲା । 29 ଡିସେମ୍ବରର ରାତିରେ ନିର୍ଭୟା ମୃତ୍ୟୁ ସହ ଲଢେଇ କରି ହାରିଗଲେ । ସବୁଦିନ ପାଇଁ ଆଖିବୁଜିଦେଲେ ସେ ।

ମାମଲାର 6 ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଦିଲ୍ଲୀର ପଟିଆଲା ହାଉସକୋର୍ଟ । ଯେଉଁଥିରେ ସାମିଲ ଥିଲା ଜଣେ ନାବାଳକ । 11 ମାର୍ଚ୍ଚ 2013, ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ତିହାର ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲା ଦୋଷୀ ରାମ ସିଂ । ଜଘନ୍ୟ ଅପରାଧରେ ସାମିଲ ନାବାଳକ ଦୋଷୀକୁ ବାଳ ସୁଧାର ଗୃହରେ 3 ବର୍ଷ ରଖିବା ପରେ 20 ଡିସେମ୍ବର 2015ରେ ଛାଡି ଦିଆଗଲା ।

ଏହାପରେ ନିର୍ଭୟା ମାଆଙ୍କ ଦୀର୍ଘ 8 ବର୍ଷର ଲଢେଇ । ଦିଲ୍ଲୀ କୋର୍ଟରୁ ସୁପ୍ରିମକୋର୍ଟକୁ ଗଲା ମାମଲା । ଏହା ଭିତରେ ତିନି ଥର ଘୁଞ୍ଚିସାରିଛି ନିର୍ଭୟା ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ । ଫାଶୀରୁ ବଞ୍ଚିବା ପାଇଁ ସବୁ ପ୍ରକାରର ମିଥ୍ୟା ପ୍ରୟାସ କରିଚାଲିଥିଲେ ନିର୍ଭୟା ଦୋଷୀ ।

ଫାଶୀରୁ ବଞ୍ଚିବା ପାଇଁ ସାମ୍ନାକୁ ଆସିଛି ଆଉ ଏକ ନୂଆ କାହାଣୀ । ଆଉ ଏହି କାହାଣୀ ହେଉଛି ନିର୍ଭୟା ଦୋଷୀ ଅକ୍ଷୟ ସିଂ ସ୍ତ୍ରୀର । ସେହି ମହିଳା ଯିଏ ନିଜ ସ୍ବାମୀର ଫାଶୀ ପୂର୍ବରୁ ମାଗିଛି ଛାଡପତ୍ର । ଏହି ମାମଲାର ଶୁଣାଣି ଏବେ ବି ବାକି ରହିଛି । ହେଲେ ସେପଟେ ପୁନର୍ବିଚାର ଯାଚିକାଠୁ ନେଇ ଦୟା ଯାଚିକା ପର୍ଯ୍ୟନ୍ତ ଦୋଷୀଙ୍କ ସମସ୍ତ ଆବେଦନ ଖାରଜ ହୋଇସାରିଛି । ଘଣ୍ଟା କଣ୍ଟା ଯେତିକି ଆଗକୁ ବଢୁଛି, ଏହାସହ 4 ଦୋଷୀଙ୍କ ଛାତିରେ ଥିବା ଭୟ ମଧ୍ୟ ବଢିବାରେ ଲାଗିଛି । ଫାଶୀ ପୂର୍ବରୁ ତିହାର ଜେଲରେ ଶେଷଥର ପାଇଁ ସାକ୍ଷାତ କରିସାରିଛନ୍ତି ଦୋଷୀଙ୍କ ପରିଜନ । ଏବେ ଦୋଷୀଙ୍କ ଫାଶୀ ଏକ ପ୍ରକାରର ନିଶ୍ଚିତ ହୋଇସାରିଥିବା ବେଳେ ନିର୍ଭୟାର ନ୍ୟାୟ ଅପେକ୍ଷାରେ ଅଛନ୍ତି ଦେଶବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details