ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଅନ୍ଧକାରମୟ ହୋଇଯିବ ଚନ୍ଦ୍ରର ଦକ୍ଷିଣ ମେରୁ । ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ କରିବାର ସ୍ବପ୍ନ ବି ଏହି ଅନ୍ଧକାର ମଧ୍ୟରେ ହଜିଯିବାର ଆଶଙ୍କା ରହିଛି ।
ମାତ୍ର ତିନି ଘଣ୍ଟା ମଧ୍ୟରେ ବିକ୍ରମ ଲ୍ୟାଣ୍ଡର ସେହି ଅନ୍ଧକାର ମଧ୍ୟରେ ହଜିଯିବ, ଯେଉଁଠାରୁ ତା' ସହ ସମ୍ପର୍କ ସ୍ଥାପନ କରିବା ତ ଦୂରର କଥା ଫଟୋ ବି ନେବା ଅସମ୍ଭବ ହୋଇ ପଡିବ । କେବଳ ଏତିକି ନୁହେଁ 14 ଦିନର ଏହି ଅନ୍ଧକାର ରାତିରେ ବିକ୍ରମ ସେଠାରେ ସକୁଶଳ ରହିବା ବି ସମ୍ଭବପର ନୁହେଁ । ବିକ୍ରମ ଲ୍ୟାଣ୍ଡର ଥିବା ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡିବ ନାହିଁ । ତାପମାତ୍ରା ଖସି ମାଇନସ 183 ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ । ଏହି ତାପମାତ୍ରାରେ ବିକ୍ରମ ଲ୍ୟାଣ୍ଡରର ଇଲେକ୍ଟ୍ରୋନିକ ଅଂଶ ନିଜକୁ ବଞ୍ଚାଇ ରଖି ପାରିବ ନାହିଁ । ତେବେ ବର୍ତ୍ତମାନ ବିକ୍ରମ ସହ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ କରିବାର ସମସ୍ତ ଆଶାରେ ପୂର୍ଣ୍ଣଛେଦ ପଡିବା ପରି ମନେ ହେଉଛି ।