ନୂଆଦିଲ୍ଲୀ: ଟେରର ଫଣ୍ଡିଙ୍ଗ ମାମଲାରେ ଶୁକ୍ରବାର ପଟିଆଲା ହାଉସ କୋର୍ଟ ଜେକେଏଲ୍ଏଫ୍ ମୁଖ୍ୟ ୟାସିନ୍ ମାଲିକଙ୍କୁ 23 ଅକ୍ଟୋବର ପର୍ଯ୍ୟନ୍ତ ହାଜତ ମିଆଦ ବଢାଇଛନ୍ତି । ଫଳରେ ୟାସିନ୍ ମାଲିକ୍ ଅକ୍ଟୋବର 23 ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ । ଏନଆଇଏ ୟାସିନ ମଲିକଙ୍କ ସମେତ ଏହି ମାମଲାରେ ଅନ୍ୟ 5 ବିଚ୍ଛନ୍ନତାବାଦୀଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି ।
୨୦୧୭ ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀର ଏକ କୋର୍ଟ ଏହି ଚାର୍ଜସିଟ ଦାଖଲ କରାଯାଇଛି । ଏହି ମାମଲାରେ ବିଚ୍ଛିନ୍ନତାବାଦୀ ନେତା ଆସିୟା ଆନ୍ଦ୍ରବୀ, ଶବ୍ବିର ଶାହ, ମସରତ ଆଲମ ଭଟ୍ଟଙ୍କୁ ଅଭିଯୋଗ ଦର୍ଶାଇ ଚାର୍ଜସିଟ ଦାଖଲ କରାଯାଇଛି ।