ନୂଆଦିଲ୍ଲୀ: ଆଇଏସଆଇଏସ ସହିତ ଲିଙ୍କ ନେଇ 5 ଜଣଙ୍କ ନାମରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଚାର୍ଜସିଟ୍ ଦାଖଲ କରିଛି । ବ୍ୟାନ ଥିବା ଇସଲାମିକ୍ ଷ୍ଟେଟ ଖୋରସାନ ପ୍ରୋଭେନ୍ସି(ଆଇଏସକେପି)ରେ ଏମାନଙ୍କ ସମ୍ପୃକ୍ତି ନେଇ ଏନଆଇଏ ଚାର୍ଜସିଟ ଦାଖଲ କରିଥିବା ଜଣାପଡିଛି ।
ଆଇଏସଆଇଏସ ଲିଙ୍କ, 5 ଜଣଙ୍କ ନାଁରେ NIAର ଚାର୍ଜସିଟ୍ ବୁଧବାର, ଏନଆଇଏ କଶ୍ମୀରର ଜଣେ ମହିଳାଙ୍କ ସମେତ 5 ଜଣଙ୍କ ନାମରେ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିବା ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଏହାସହ ଚାର୍ଜସିଟ୍ ଦାଖଲ ହୋଇଥିବା 5 ଅଭିଯୁକ୍ତଙ୍କ ମଧ୍ୟରେ ଦିଲ୍ଲୀର ଜହାନଜିବ ସାମି, କଶ୍ମୀରର ହୀନା ବସିର, ହାଇଦ୍ରାବାଦର ଅବଦୁଲ୍ଲା ବଶିଥ ଏବଂ ପୁଣେର ସାଦିୟା ଅନୱାର ଶେଖ୍ ଓ ନବୀଲ ସିଦ୍ଦିକ୍ ଖତ୍ରି ବୋଲି ସେ କହିଛନ୍ତି ।
ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇଏସକେପି ତଥା ଆଇଏସଆଇଏସ ସହିତ ଜଡିତ ରହି ସରକାରଙ୍କ ବିରୋଧରେ କାର୍ଯ୍ୟ କରିବା ଅଭିଯୋଗ ରହିଛି । ଏହାସହ ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ କରାଇବା ପାଇଁ ଷଡଯନ୍ତ୍ର କରିବାର ମଧ୍ୟ ଅଭିଯୋଗ ରହିଥିବା ସେ କହିଛନ୍ତି ।
ସୂଚନାଥାଉକି, ସାମି ଓ ତାଙ୍କ ପତ୍ନୀ ହୀନାଙ୍କୁ ମାର୍ଚ୍ଚ 8 ତାରିଖରେ ଦକ୍ଷିଣ ଦିଲ୍ଲୀର ଜାମିଆ ନଗରରୁ ଗିରଫ କରାଯାଇଥିଲା ।