ଚେନ୍ନାଇ: ଦିନକୁ ଦିନ ବିଶ୍ବର ସବୁଠାରୁ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ ଆଇଏସ କାୟା ବିସ୍ତାର କରୁଛି । ଭାରତ ସମେତ ବିଶ୍ବର ଅନେକ ଦେଶ ଏହି ଆତଙ୍କୀ ସଂଗଠନର ଟାର୍ଗେଟରେ । ତେବେ ଆଇଏସ ସହ ଲିଙ୍କ ସନ୍ଦେହରେ ବୁଧବାର ତାମିଲନାଡୁ କୋଏମ୍ବାଟୁରର 7 ଟି ସ୍ଥାନରେ ଏନଆଇଏ ଚଢାଉ କରିଥିଲା ।
IS ମଡ୍ୟୁଲ ସହ ଲିଙ୍କ୍ ସନ୍ଦେହରେ 4 ଗିରଫ - koimbatoor
ଆଇଏସ ମଡ୍ୟୁଲ ସହ ଲିଙ୍କ୍ ସନ୍ଦେହରେ ବୁଧବାର ତାମିଲନାଡୁ କୋଏମ୍ବାଟୁରର 7 ଟି ସ୍ଥାନରେ ଏନଆଇଏ ଚଢାଉ କରି 4 ସନ୍ଦିଗ୍ଧଙ୍କୁ ଗିରଫ କରିଛି ।
![IS ମଡ୍ୟୁଲ ସହ ଲିଙ୍କ୍ ସନ୍ଦେହରେ 4 ଗିରଫ](https://etvbharatimages.akamaized.net/etvbharat/prod-images/768-512-3541690-thumbnail-3x2-isis.jpg)
ଫଟୋ ସୌଜନ୍ୟ: ଟ୍ବିଟର@ANI
କୋଏମ୍ବାଟୁରର ଅମ୍ବୁ ନଗର, ପୋଡନୁର ଏବଂ କୁନିଆମୁଥୁରରେ ଚଢାଉ କରି 4 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ତେବେ ସେମାନଙ୍କ ନିକଟରୁ 14 ଟି ମୋବାଇଲ, 29 ଟି ସିମ କାର୍ଡ, 10 ଟି ପେନ ଡ୍ରାଇଭ, 3 ଲାପଟପ, 6 ମେମୋରି କାର୍ଡ, 4 ହାର୍ଡ ଡିସ୍କ ଡ୍ରାଇଭ, 13 ସିଡି/ଡିଭିଡି, 300 ଏୟାର ଗନ ଏବଂ କେତେକ ସନ୍ଦିଗ୍ଧ ଦସ୍ତାବେଜ ଜବତ କରାଯାଇଛି ।
ତେବେ ଏହି ସନ୍ଦିଗ୍ଧଙ୍କର ଆଇଏସ ମଡ୍ୟୁଲ ସହ ଲିଙ୍କ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।