ବେଙ୍ଗାଲୁରୁ:ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ବେଙ୍ଗାଲୁରର ବାସିନ୍ଦା ତଥା ରମୈୟା ମେଡିକାଲ କଲେଜର ଚକ୍ଷୁ ବିଶେଷଜ୍ଞ ଅବଦୁଲ୍ଲ ରେହମାନଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ପୂର୍ବରୁ ଗତ ମାର୍ଚ୍ଚରେ ଦିଲ୍ଲୀ ସେସ୍ପାଲ ସେଲ ଦ୍ବାରା ଗିରଫ ହୋଇଥିବା କାଶ୍ମୀର ଦମ୍ପତିଙ୍କୁ ଜେରା ପରେ ଜଣାପଡିଥିଲା ।
ସୂଚନା ଅନୁସାରେ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରୁ ଗିରଫ ହୋଇଥିବା ଦମ୍ପତିଙ୍କୁ ଦିଲ୍ଲୀ ସ୍ପେଶାଲ ସେଲ ରିମାଣ୍ଡରେ ଆଣି ଜେରା କରିଥିଲା । ଜେରା ବେଳେ ଏହି ଦମ୍ପତି ବେଙ୍ଗାଲୁର ସ୍ଥିତ ଆଜି ଗିରଫ ହୋଇଥିବା ଡାକ୍ତର ଅବଦୁଲ ରେହମାନଙ୍କ ସହ ଯୋଗାଯୋଗରେ ଥିବା ପ୍ରମାଣ ଲାଗିଥିଲା । ସେହିଦିନ ଠାରୁ ଏନଆଇଏର ରାଡାରରେ ଥିଲେ ଏହି ଚକ୍ଷୁ ବିଶେଷଜ୍ଞ । ତଦନ୍ତ ରୁ ଜଣାପଡିଥିଲା ଯେ ଏମାନେ ସମସ୍ତେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଜଡିତ ଥିଲେ । ଏମାନେ ସମସ୍ତେ ପୂର୍ବରୁ ବର୍ତ୍ତମାନ ଜେଲରେ ଥିବା ଅଭିଯୁକ୍ତ ଅବଦୁଲ୍ଲା ବାସିଥଙ୍କ ସହ ସମ୍ପର୍କରେ ଥିଲେ ।
ଏମାନେ ସମସ୍ତେ ଭାରତରେ ରହି ଭାରତ ବିରୋଧୀ ତତ୍ତ୍ବରେ ସାମିଲ ହେବା । ଆଇଏସଆଇଏସକୁ ସହଯୋଗ କରିବା । ସିଏଏ ଆଇନକୁ ବିରୋଧ କରିବା କାର୍ଯ୍ୟରେ ଲିପ୍ତ ଥିଲେ ।