ରାଞ୍ଚି: ନକ୍ସଲଙ୍କୁ ଧରିବାକୁ ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ନୂଆ ପ୍ରୟାସ ଆରମ୍ଭ କରିଛି। ଝାଡଖଣ୍ଡରେ ଅନେକ ନକ୍ସଲଙ୍କ ଉପରେ ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ ।
ରିପୋର୍ଟ ଅନୁସାରେ, କିଛି ନକ୍ସଲଙ୍କ ମୁଣ୍ଡ ଉପରେ ଲକ୍ଷେ ଟଙ୍କାରୁ 10 ଲକ୍ଷ ଟଙ୍କା ରଖିଛି ଏନଆଇଏ । ଏମାନଙ୍କ ମଧ୍ୟରେ ପିଏଲଏଫଆଇ ତଥାକଥିତ ସୁପ୍ରିମୋ ଦୀନେଶ ଗୋପେ ଓ ଟିପିସିର ତଥାକଥିତ ମୁଖ୍ୟ ବ୍ରିଜେଶ ଗଞ୍ଜୁ ରହିଛନ୍ତି । ଏମାନଙ୍କୁ ଧରାଇଦେଲେ ପୁରସ୍କାର ରାଶି ମିଳିବ ବୋଲି କୁହାଯାଇଛି ।
ପୂର୍ବରୁ ଏନଆଇଏ ଏସମସ୍ତ ନକ୍ସଲଙ୍କୁ ଫେରାର ଘୋଷଣା କରିଥିଲା । ନକ୍ସଲ କମାଣ୍ଡର ପତିରାମ ମାଞ୍ଝିଙ୍କ ମୁଣ୍ଡରେ 5 ଲକ୍ଷ ରାଶି ରହିଛି । ଯେକି, ପୂର୍ବତମ ମନ୍ତ୍ରୀ ରମେଶ ସିଂ ମୁଣ୍ଡାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା । ପୂର୍ବରୁ ମଧ୍ୟ ମାଞ୍ଝି ମୁଣ୍ଡରେ ଏକ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର ।