ଓଡିଶା

odisha

ହାଇଦ୍ରାବାଦ ଏନକାଉଣ୍ଟର, ତଦନ୍ତ ନିର୍ଦ୍ଦେଶ ଦେଲା ଏନଏଚଆରସି

By

Published : Dec 6, 2019, 6:29 PM IST

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲା ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ।

NHRC orders inquiry into Hyderabad encounter
ହାଇଦ୍ରାବାଦ ଏନକାଉଣ୍ଟର , ତଦନ୍ତ ନିର୍ଦ୍ଦେଶ ଦେଲା ଏନଏଚଆରସି

ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲା ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) । ଶୁକ୍ରବାର ଭୋର ସମୟରେ ଘଟିଥିବା ଏହି ଏନକାଉଣ୍ଟରର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିଜ ଡିଜି(ତଦନ୍ତକାରୀ)ଙ୍କୁ ନିର୍ଦ୍ଦେଶ ଦେଇଛି ଏନଏଚଆରସି ।

ସୂଚନା ଅନୁଯାୟୀ, ଘଟଣାସ୍ଥଳକୁ ଗୋଟିଏ ସତ୍ୟ ଅନୁସନ୍ଧାନକାରୀ ଟିମ୍‌ ପଠାଇ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଏନଏଚଆରସି, ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟିମ୍‌ ଜଣେ ଏସଏସପିଙ୍କ ତତ୍ତ୍ବାବଧାନରେ ହେବା ସହ ସେମାନେ ଶୀଘ୍ର ଘଟଣାସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି ।

ଶୁକ୍ରବାର ଭୋର ସମୟରେ ତେଲାଙ୍ଗାନା ପୋଲିସ 4 ଜଣ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ସାହାଦନଗରରେ ଏନକାଉଣ୍ଟର କରିଥିଲା । ପୋଲିସ ଅଭିଯୁକ୍ତଙ୍କୁ ସିନ ରିକ୍ରିଏଟ୍‌ କରିବାକୁ ଘଟଣାସ୍ଥଳକୁ ନେଇଥିବାବେଳେ ସେମାନେ ପୋଲିସ ବନ୍ଧୁକ ଧରି ଖସିଯିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପୋଲିସ ଏନକାଉଣ୍ଟର କରିଥିବା କୁହାଯାଉଛି ।

ABOUT THE AUTHOR

...view details