ନୂଆଦିଲ୍ଲୀ: ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଦେଶରେ ରାଜପଥର କାର୍ଯ୍ୟଦକ୍ଷତାକୁ ଆକଳନ ଓ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛି। ଜାତୀୟ ରାଜପଥଗୁଡିକର ମୂଲ୍ୟାଙ୍କନ ଓ ମାନ୍ୟତା ଅର୍ଥାତ ଆବଶ୍ୟକ ସ୍ଥଳେ ଗୁଣବତ୍ତା ସୁଧାରିବା ଓ ରାଜପଥ ଯାତ୍ରୀଙ୍କୁ ଏକ ଉଚ୍ଚ ସ୍ତରର ସେବା ଯୋଗାଇବା ।
ରାଜପଥର କାର୍ଯ୍ୟଦକ୍ଷତାକୁ ଆକଳନ କରିବ NHAI - ରାଜପଥର କାର୍ଯ୍ୟଦକ୍ଷତାକୁ ଆକଳନ କରିବ NHAI
ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଦେଶରେ ରାଜପଥର କାର୍ଯ୍ୟଦକ୍ଷତାକୁ ଆକଳନ ଓ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛି।
![ରାଜପଥର କାର୍ଯ୍ୟଦକ୍ଷତାକୁ ଆକଳନ କରିବ NHAI ରାଜପଥର କାର୍ଯ୍ୟଦକ୍ଷତା](https://etvbharatimages.akamaized.net/etvbharat/prod-images/768-512-05:50:37:1594038037-npic-202076164437-0607newsroom-1594038026-508.jpg)
ମୂଲ୍ୟାଙ୍କନ ପାରାମିଟର ଗୁଡିକ ବିଭିନ୍ନ ଅନ୍ତର୍ଜାତୀୟ ପ୍ରକ୍ରିୟା ଓ ରାଜପଥର କାର୍ଯ୍ୟଦକ୍ଷତା ଅଧ୍ୟୟନ ଉପରେ ଆଧାରିତ । ମୂଲ୍ୟାଙ୍କନ ମାନଦଣ୍ଡକୁ 3ଟି ଭାଗରେ ବିଭକ୍ତ କରାଯାଇଛି । ଯଥା- ରାଜପଥ ଦକ୍ଷତା, ରାଜପଥ ସୁରକ୍ଷା ଓ ଉପଭୋକ୍ତା ସେବା । ମୂଲ୍ୟାଙ୍କନର ଫଳାଫଳ ଆଧାରରେ କର୍ତ୍ତୃପକ୍ଷ ଏକ ବିସ୍ତୃତ ବିଶ୍ଳେଷଣ କରିବେ । ଏହାସହ ସାମଗ୍ରୀକ ସେବା ଗୁଣବତ୍ତା ବୃଦ୍ଧି ପାଇଁ ଆବଶ୍ୟକ ହସ୍ତକ୍ଷେପ ବିଷୟରେ ନିଷ୍ପତ୍ତି ନିଆଯିବ ।
ଅନ୍ୟପକ୍ଷେ ମୂଲ୍ୟାଙ୍କନ କରିବା ସମୟରେ ଅପରେଟିଂ ସ୍ପିଡ୍, ଆକ୍ସେସ୍ କଣ୍ଟ୍ରୋଲ୍, ଟୋଲ୍ ପ୍ଲାଜାରେ ନିଆଯାଇଥିବା ସମୟ, ସଡକ ଚିହ୍ନ ଓ ଦୁର୍ଘଟଣା ହାର ଭଳି ଗୁରୁତ୍ବପୂର୍ଣ୍ଣ ପାରାମିଟର ଗୁଡିକ ମଧ୍ୟ ବିଚାର କରାଯିବ ।