ଓଡିଶା

odisha

ETV Bharat / bharat

ବେଆଇନ ଭୂତଳ ଜଳ ନିଷ୍କାସନ ପାଇଁ ନୋଏଡା ଗଲ୍ଫ କୋର୍ସକୁ 25 ଲକ୍ଷ ଜୋରିମାନା - ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ

ନଳକୂପ ମାଧ୍ୟମରେ ବେଆଇନ ଭାବେ ଭୂତଳ ଜଳ ନିଷ୍କାସନ କରିବା ଏବଂ ଉଦ୍ୟାନ କୃଷି ପାଇଁ ସମାନ ବ୍ୟବହାର ଅଭିଯୋଗରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ନୋଏଡା ଗଲ୍ଫ କୋର୍ସ ଉପରେ 25 ଲକ୍ଷ ଟଙ୍କା ଜୋରିମାନା ଲଗାଇଛି । ଅଧିକ ପଢନ୍ତୁ...

ବେଆଇନ ଭୂତଳ ଜଳ ନିଷ୍କାସନ ପାଇଁ ନୋଏଡା ଗଲ୍ଫ କୋର୍ସକୁ 25 ଲକ୍ଷ ଜୋରିମାନା
ବେଆଇନ ଭୂତଳ ଜଳ ନିଷ୍କାସନ ପାଇଁ ନୋଏଡା ଗଲ୍ଫ କୋର୍ସକୁ 25 ଲକ୍ଷ ଜୋରିମାନା

By

Published : Jun 23, 2020, 4:57 PM IST

ନୂଆଦିଲ୍ଲୀ: ନଳକୂପ ମାଧ୍ୟମରେ ବେଆଇନ ଭାବେ ଭୂତଳ ଜଳ ନିଷ୍କାସନ କରିବା ଏବଂ ଉଦ୍ୟାନ କୃଷି ପାଇଁ ସମାନ ବ୍ୟବହାର ଅଭିଯୋଗରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ନୋଏଡା ଗଲ୍ଫ କୋର୍ସ ଉପରେ 25 ଲକ୍ଷ ଟଙ୍କା ଜୋରିମାନା ଲଗାଇଛି । ଏକ ମାସ ମଧ୍ୟରେ ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) କୁ ଜୋରିମାନା ଦେବାକୁ ନୋଏଡା ଗଲ୍ଫ କୋର୍ସକୁ ସଂସ୍ଥା କହିଛି ।

ଏନେଇ ନୋଏଡା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରବୀଣ କୁମାର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ପୂର୍ବରୁ 12,60,000 ଟଙ୍କା ପରିବେଶ କ୍ଷତିପୂରଣ ପାଇଁ ଦେଇଛି। ଭୂତଳ ଜଳର ଶୋଷଣ ପାଇଁ ଅନୁମତି ନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ଘଟଣାରେ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ।

@ANI

ABOUT THE AUTHOR

...view details