ଓଡିଶା

odisha

ETV Bharat / bharat

ସରକାରଙ୍କ ନିର୍ଦ୍ଦେଶ ନେବା ବନ୍ଦ କରୁ ଏନଜିଟି: ଜୟରାମ ରମେଶ - telengana government

ପରିବେଶ ଆଇନ ସମ୍ବନ୍ଧରେ ସରକାରଙ୍କ ସମ୍ବେଦନଶୀଳତା ଯାଞ୍ଚ ପାଇଁ ଏନଜିଟି 2010 ମସିହାରେ ପ୍ରତିଷ୍ଠିତ ହୋଇଥିବା କହିଛନ୍ତି ଜୟରାମ ରମେଶ । ଅଧିକ ପଢନ୍ତୁ...

ସରକାରଙ୍କ ନିର୍ଦ୍ଦେଶ ନେବା ବନ୍ଦ କରୁ ଏନଜିଟି: ଜୟରାମ ରମେଶ
ସରକାରଙ୍କ ନିର୍ଦ୍ଦେଶ ନେବା ବନ୍ଦ କରୁ ଏନଜିଟି: ଜୟରାମ ରମେଶ

By

Published : Jun 7, 2020, 1:19 PM IST

ନୂଆଦିଲ୍ଲୀ: ତେଲେଙ୍ଗାନା ସରକାରଙ୍କ ନଗର ପ୍ରଶାସନ ମନ୍ତ୍ରୀ କେ.ଟି ରାମା ରାଓଙ୍କ ଉପରେ ଏକ ବେଆଇନ ଫାର୍ମହାଉସ ନିର୍ମାଣ ଅଭିଯୋଗରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏନଜିଟିର ଏହି ନିଷ୍ପତ୍ତି ଉପରେ ରାଜନୀତି ଆରମ୍ଭ ହୋଇଛି । ପୂର୍ବତନ ପରିବେଶ ମନ୍ତ୍ରୀ ତଥା ଦେଶର ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏହି ମାମଲାରେ ଟ୍ବିଟ କରି କହିଛନ୍ତି ଯେ, ଏବେ ସମୟ ଆସିଛି ଯେ, ଏନଜିଟି ଜାଗ୍ରତ ହେଉ ଏବଂ ସରକାରଙ୍କ ପରାମର୍ଶ ନେବା ବନ୍ଦ କରୁ ।

ଜୟରାମ ରମେଶ ଆହୁରି ମଧ୍ୟ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ପରିବେଶ ଆଇନ ସମ୍ବନ୍ଧରେ ସରକାରଙ୍କ ସମ୍ବେଦନଶୀଳତା ଯାଞ୍ଚ ପାଇଁ ଏନଜିଟି 2010 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା, ସରକାରଙ୍କୁ ଉତ୍ତରଦାୟୀ ରଖି ଜନତାଙ୍କୁ ସୁଯୋଗ ଦେବା। ରମେଶ ମଧ୍ୟ ଏନଜିଟିର ସେହି ଆଦେଶର ଖବରକୁ ଟ୍ବିଟ କରିଛନ୍ତି ଯେଉଁଥିରେ ତେଲେଙ୍ଗାନା ମନ୍ତ୍ରୀଙ୍କ ଫାର୍ମହାଉସରେ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମାଣ କାର୍ଯ୍ୟର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହ ତେଲେଙ୍ଗାନା ମନ୍ତ୍ରୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭୁଲ ବୋଲି କହିବା ସହ, ''ମୁଁ ପୂର୍ବରୁ ଏହା ସ୍ପଷ୍ଟ କରିସାରିଛି ଯେ, ଏହି ସମ୍ପତ୍ତି ମୋ ନାଁରେ ନାହିଁ । ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମାରାଓ ମଧ୍ୟ ଟ୍ୱିଟ କରି ଏହା ସ୍ପଷ୍ଟ କରିଛନ୍ତି ଯେ, ସେ ଏହାକୁ ନେଇ ଆଇନର ଆଶ୍ରୟ ନେବେ । ଏନଜିଟିରେ ମିଥ୍ୟା ବିବୃତ୍ତି ଆଧାରରେ ଜଣେ କଂଗ୍ରେସ ନେତା ମୋ ବିରୋଧରେ ମାମଲା ଦାୟର କରିଛନ୍ତି । ମତେ ବଦନାମ କରିବାକୁ ଏହା ଏକ ଅଭିଯାନ''।

ରାମା ରାଓ କହିଛନ୍ତି ଯେ, ଏହା ପୂର୍ବରୁ ସ୍ପଷ୍ଟ ହୋଇସାରିଛି ଯେ ମୁଁ ସେହି ସମ୍ପତ୍ତିର ମାଲିକ ନୁହେଁ । ସେ କହିଛନ୍ତି ଏହି ମିଥ୍ୟାର ପର୍ଦ୍ଦାଫାସ କରିବାକୁ ଆଇନର ସାହାରା ନେବେ । ସୂଚନାଯୋଗ୍ୟ ଯେ, ଏନଜିଟିର ଦକ୍ଷିଣ ପୀଠ କଂଗ୍ରେସ ସାଂସଦ ରେବାନ୍ତ ରେଡ୍ଡୀଙ୍କ ଆବେଦନର ଶୁଣାଣି ବେଳେ ଜୁନ 6 ତାରିଖରେ ପର୍ଯ୍ୟାବରଣ ନିୟମର ଉଲ୍ଲଙ୍ଘନ କରି ବେଆଇନ ନିର୍ମାଣ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏନଜିଟି ତେଲେଙ୍ଗାନା ସରକାରଙ୍କୁ ମଧ୍ୟ ଏକ ନୋଟିସ ଜାରି କରିଛି ।

ABOUT THE AUTHOR

...view details