ଓଡିଶା

odisha

By

Published : Oct 5, 2020, 11:32 AM IST

ETV Bharat / bharat

ଦେଶର 9ଟି ସହରରେ 1 କୋଟିରୁ ଉର୍ଦ୍ଧ୍ବ କ୍ଷୁଧାତୁରଙ୍କୁ ଖାଦ୍ୟ ବାଣ୍ଟିବ ଏନଜିଓ

କୋରୋନା ସମୟରେ ଜାରି ହୋଇଥିବା ଲକଡାଉନ କାରଣରୁ ଦେଶର ଅନେକ ସ୍ଥାନରେ ଦିନ ମଜୁରିଆ ଓ ପ୍ରବାସୀ ମାନେ ଭୋକରେ ଦିନ କାଟୁଛନ୍ତି । ଯାହାକୁ ନଜରରେ ଖାଦ୍ୟ ଯୋଗାଇବ ଏକ ଏନଜିଓ ସଂସ୍ଥା । ସମ୍ପୂର୍ଣ୍ଣ ପଢନ୍ତୁ...

ଦେଶର 9ଟି ସହରରେ 1 କୋଟିରୁ ଉର୍ଦ୍ଧ୍ବ କ୍ଷୁଧାତୁରଙ୍କୁ ଖାଦ୍ୟ ବିତ୍ତରଣ କରିବ ଏନଜିଓ
ଦେଶର 9ଟି ସହରରେ 1 କୋଟିରୁ ଉର୍ଦ୍ଧ୍ବ କ୍ଷୁଧାତୁରଙ୍କୁ ଖାଦ୍ୟ ବିତ୍ତରଣ କରିବ ଏନଜିଓ

ନୂଆଦିଲ୍ଲୀ: ଦେଶର 9ଟି ସହରରେ କୋରୋନା ମହାମାରୀ କାରଣରୁ ପ୍ରଭାବିତ ହୋଇଥିବା 1.7 କୋଟି ଲୋକଙ୍କୁ ଏକ ଏନଜିଓ ସଂସ୍ଥା ଦ୍ବାରା ଖାଦ୍ୟ ବଣ୍ଟନ କରାଯିବ । ଦିଲ୍ଲୀର ଏନଜିଓ 'ସଷ୍ଟେନେବଲ ଏନଭାୟରମେଣ୍ଟ ଆଣ୍ଡ ଇକୋଲୋଜିକାଲ ଡେଭଲପମେଣ୍ଟ ସୋସାଇଟି' ସିଡସ ସହିତ ମିଶି ପ୍ରବାଶୀ ଶ୍ରମିକ, ଦିନମଜୁରିଆ ଓ ଲକଡାଉନ କାରଣରୁ ପ୍ରଭାବିତ ହୋଇଥିବା ଗିରବ ଶ୍ରେଣୀର ଲୋକଙ୍କୁ ଖାଦ୍ୟ କିଟ ବିତ୍ତରଣ କରିବେ।

ଏନଜିଓ ତାର ବାର୍ତ୍ତାରେ କହିଛି ଯେ, ସଙ୍ଗଠନ ବିତ୍ତରଣର ପ୍ରଥମ ପର୍ଯ୍ୟାୟରେ ଦେଶର 5ଟି ସହରରେ 37 ଲକ୍ଷ ଖାଦ୍ୟ କିଟ ବିତ୍ତରଣ କରାଯିବ । ଏହାର ଲକ୍ଷ୍ୟ ହେଉଛି 9ଟି ସହରରେ ଅତିରିକ୍ତ ଏକ କୋଟି ରୁ ଅଧିକ ଖାଦ୍ୟ କିଟ ବିତ୍ତରଣ କରିବା।

ତେବେ ଏହି 9ଟି ପ୍ରମୁଖ ସହର ମଧ୍ୟରେ ଦିଲ୍ଲୀ, ବେଙ୍ଗାଲୁରୁ, ଗୁରୁଗ୍ରାମ, ପୁଣେ, ମଦୁରାଇ, ହରିଦ୍ବାର, ଡେରାଡୁନ. ଚେନ୍ନାଇ ଓ ହାଇଦ୍ରାବାଦ ଆଦି ରହିଛି। ଏନଜିଓ ଅନୁଯାୟୀ, ଦେଶରେ ଲକଡାଉନ ଖୋଲିଥିବାରୁ ବିସ୍ଥାପିତ ଏବଂ ପ୍ରଭାବିତ ଲୋକଙ୍କୁ ଲକଡାଉନରେ ସାହାଯ୍ୟ କରିବାକୁ ଆଗକୁ ଆସୁନାହାଁନ୍ତି। ତଥାପି, ଜନସଂଖ୍ୟାର ଏକ ବଡ ଅଂଶ ଚାକିରୀ ହରାଇବା କାରଣରୁ ପ୍ରଭାବିତ ହୋଇଛି ।

ସିଡସ ର ସହ-ପ୍ରତିଷ୍ଠାତା ମନୁ ଗୁପ୍ତା କହିଛନ୍ତି ଯେ, ''ଦେଶରେ ଦେଖାଦେଉଥିବା ଯେକୌଣସି ସଙ୍କଟ ସମୟରେ ଆମେ ଜନସଂଖ୍ୟାର ଏକ ପ୍ରତିଶତ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଯଦିଓ ଦେଶ ଏବେବି ଖୋଲୁଛି, ତଥାପି ଲୋକମାନେ ପ୍ରଭାବିତ ହୋଇଛନ୍ତି | ଏହି ସଙ୍କଟ ଶେଷ ନହେବା ପର୍ଯ୍ୟନ୍ତ ଆମେ ସେମାନଙ୍କୁ ସାହାଯ୍ୟ କରିବୁ''।

ABOUT THE AUTHOR

...view details