ଓଡିଶା

odisha

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Sep 16, 2020, 7:00 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି NEPକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କରିବେ ବୁକଲେଟ ଉନ୍ମୋଚନ । ପୂର୍ବାହ୍ନରେ କାର୍ଯ୍ୟକ୍ରମ ।

2- ଆଜି FICCI ଇଣ୍ଡିଆକୁ ସମ୍ବୋଧନ କରିବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

3- ଆଜି ଦେଶର କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।

4- ଆଜି ଦେଶର ବୃହତ ପ୍ରକଳ୍ପକୁ ନେଇ PMOର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।

5- ଆଜି ସଂସଦର ମୌସୁମୀ ଅଧିବେଶନର ତୃତୀୟ ଦିବସ । ରାଜ୍ୟସଭାରେ ଆସିବ ଜରୁରୀ ଦ୍ରବ୍ୟ ସଂଶୋଧନ ବିଲ |

6- ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ଦେଶବ୍ୟାପୀ ବିଜେପିର ସେବା ସପ୍ତାହ ପାଳନ ।

7- ଆଜି କଟକ ଦଶହରାକୁ ନେଇ ହାଇକୋର୍ଟରେ ହେବ ଅନ୍ତିମ ଶୁଣାଣି ।

8- ରାଜ୍ୟରେ କୋରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଜିଲ୍ଲାୱାରୀ କରିବେ ସମୀକ୍ଷା ।

9- ଆଜି ବିଶ୍ବକର୍ମାଙ୍କ ପୂଜା । ଶିଳ୍ପ ଅନୁଷ୍ଠାନରେ ନିରାଡମ୍ବର ଭାବେ ପାଳିତ ହେବ ପୂଜା ।

10 - ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ ନେଇ ଆଜି ଆସିବେ କେନ୍ଦ୍ରୀୟ ପ୍ରତିନିଧି । ବନ୍ୟା ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ ।

ABOUT THE AUTHOR

...view details