ଓଡିଶା

odisha

By

Published : Nov 19, 2020, 11:00 AM IST

Updated : Nov 19, 2020, 11:58 AM IST

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ.

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ.
ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ.

1-ଦେଶରେ 24 ଘଣ୍ଟାରେ ନୂଆ 45,576 ଆକ୍ରାନ୍ତ ଚିହ୍ନଟ

ଦେଶରେ ଥମିବାର ନାଁ ଧରୁନି ମହାମାରୀ ସଂକ୍ରମଣ । ଆଗକୁ ଶୀତ ବଢିବା ସହ ଏହି ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବ୍ୟାପିବାର ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ ।

2-ନଭେମ୍ବର 18 ସୁଦ୍ଧା ଦେଶରେ ସରିଛି 12,85,08,389 କୋରୋନା ଟେଷ୍ଟ: ICMR

ଭାରତରେ ସଂକ୍ରମଣକୁ କମ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ପରିମାଣର ସାମ୍ପଲ ଟେଷ୍ଟ କରାଯାଉଛି । ଯାହା ଏବେ 12 କୋଟି ପାର କରିଛି ।

3-ଇନ୍ଦିରାଗାନ୍ଧୀଙ୍କ 103 ତମ ଜୟନ୍ତୀ, ସ୍ମୃତିଚାରଣ କଲା ରାଜ୍ୟ କଂଗ୍ରେସ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 103 ତମ ଜୟନ୍ତୀ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।

4-ଏନଡିଏ ବିରୋଧରେ ମେଳି, ବୈଠକ ଡାକିଲେ ତେଲେଙ୍ଗାନା ସିଏମ୍‌

ଏନଡିଏ ସରକାର ବିରୋଧରେ ମେଳି ହେବେ ସମସ୍ତ ବିରୋଧୀ ଦଳ । ଏନେଇ ବୈଠକ ଡାକିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ।

5-ଗୁପକର୍‌ ମେଣ୍ଟ: ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ଆଞ୍ଚଳିକ ଦଳ ମଧ୍ୟରେ ତାରତମ୍ୟ ହ୍ରାସ ପାଉଛି

ଜାମ୍ମୁ ଓ କାଶ୍ମୀରରେ ବିଚ୍ଛିନ୍ନତାବାଦ, ଜନାଦୃତ ଭାବଧାରା ଏବଂ ଭାରତ ସପକ୍ଷବାଦୀ ରାଜନୀତି ମଧ୍ୟରେ ରହିଥିବା ତାରତମ୍ୟ ଉଭେଇ ଯିବାରେ ଲାଗିଛି ।

6-ଗ୍ରାମାଞ୍ଚଳ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବ ‘ଟିମ ଉଇ କ୍ୟାନ’

ମାଲକାନଗିରି ଜିଲ୍ଲା ଡଙ୍ଗସଖାଲ ଗାଁର ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବାକୁ ଟିମ ଉଇ କ୍ୟାନ ପକ୍ଷରୁ କୋଚିଙ୍ଗ ସେଣ୍ଟରର ଉଦଘାଟନ ।

7-ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ

ପ୍ରତିବର୍ଷ ନଭେମ୍ବର 19 ତାରିଖରେ ବିଶ୍ବବ୍ୟାପୀ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ ।

8-ପୋଲିସ ନାଁ କହି ଲୁଟିନେଲେ 50 ହଜାର ଟଙ୍କା ଓ ସୁନା ଗହଣା

କେନ୍ଦ୍ରାପଡାରେ ବିଳମ୍ବିତ ରାତିରେ ଘରେ ପଶି 4 ଦୁର୍ବୃତ୍ତ ଲୁଟିନେଲେ 50 ହଜାର ଟଙ୍କା ସହ ସୁନା ଗହଣା ।

9-ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କାଟିଲା ପୋଲିସ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ ।

10-ଟ୍ବିଟରରେ ଟ୍ରେଣ୍ଡ କରୁଛି ସେଲିବ୍ରିଟିଙ୍କ ପ୍ରଥମ ଦରମା

ବୁଧବାରଠୁ ଅନେକ ଫେମସ ଲୋକଙ୍କ ଫାଷ୍ଟ ସାଲାରୀ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

Last Updated : Nov 19, 2020, 11:58 AM IST

ABOUT THE AUTHOR

...view details