ନୂଆଦିଲ୍ଲୀ: ନୂତନ ଭାବେ ନିର୍ବାଚିତ ହୋଇଥିବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗତକାଲି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି, ବାଚସ୍ପତି ଭାବରେ ନିର୍ବାଚିତ ହେବା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଲୋକସଭାର ନବନିର୍ବାଚିତ ବାଚସ୍ପତି - 17TH SPEAKER OF LOKSABHA
ଗତକାଲି ନବନିର୍ବାଚିତ ବାଚସ୍ପତି ଓମ୍ ବିର୍ଲା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।
![ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଲୋକସଭାର ନବନିର୍ବାଚିତ ବାଚସ୍ପତି](https://etvbharatimages.akamaized.net/etvbharat/prod-images/768-512-3609023-338-3609023-1560999111189.jpg)
ଉପରାଷ୍ଟ୍ରପତି ନବ ନିର୍ବାଚିତ ବାଚସ୍ପତିଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଆଲୋଚନା କରିଛନ୍ତି ।
ଗତକାଲି ଓମ୍ ବିର୍ଲା ଲୋକସଭାର 17ତମ ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି । କୋଟା ସାଂସଦ ଓମ୍ ବିର୍ଲାଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ନେଇ ଗତକାଲି ଶାସକ ଏନଡିଏ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ର ବାଣିଜ୍ୟ ପରିବହନ ମନ୍ତ୍ରୀ ପ୍ରମୁଖ ତାଙ୍କର ପ୍ରସ୍ତାବକ ରହିଥିଲେ । ଏହି ପ୍ରସ୍ତାବକୁ ଶିବସେନା, ବିଜେଡି, ନ୍ୟାସନାଲ ପିପୁଲ୍ସ ପାର୍ଟି, ମିଜୋରାମ୍ ନ୍ୟାସନାଲ ଫ୍ରଣ୍ଟ୍, ଅକାଳୀ ଦଳ, ୱାଇଏସଆର କଂଗ୍ରେସ, ଲୋକ ଜନଶକ୍ତି ପାର୍ଟି, ଜେଡିୟୁ , ଏଆଇଡିଏମକେ, ଅପନା ଦଳ ପ୍ରମୁଖ ସମର୍ଥନ କରିଥିଲେ।