କଲୋମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ସୋମବାର ଗୋଟବୟା ରାଜପକ୍ଷେ ଶପଥପାଠ କରିଛନ୍ତି । ଶ୍ରୀଲଙ୍କାରେ ଗୋଟବୟା ସରକାରରେ ବସିଲା ପରେ ଏବେ ଉଭୟ ଚୀନ ଓ ପାକିସ୍ତାନ ନୂଆ ସରକାରଙ୍କ ସହ ସହ ସମ୍ପର୍କ ସ୍ଥାପନା ନେଇ ଆଗଭର ରହିଛନ୍ତି । ଏପରିସ୍ଥଳେ ଭାରତ ଗସ୍ତରେ ନଭେମ୍ବର 29 ତାରିଖରେ ଆସିବା ପାଇଁ ରାଜି ହୋଇଛନ୍ତି ଗୋଟବୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ସେ ଭାରତ ଆସିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।
ନଭେମ୍ବର 29ରେ ଭାରତ ଆସିବେ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି - lankan president to visit india on nov 29
ଭାରତ ଗସ୍ତରେ ନଭେମ୍ବର 29 ତାରିଖରେ ଆସିବା ପାଇଁ ରାଜି ହୋଇଛନ୍ତି ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟବୟା ରାଜପକ୍ଷେ ଅଧିକ ପଢନ୍ତୁ...
ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟବୟା ରାଜପକ୍ଷେଙ୍କ ସହ ମଙ୍ଗଳବାର କଲମ୍ବୋରେ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି 29 ନଭେମ୍ବରରେ ଭାରତ ଯାତ୍ରା କରିବା ପାଇଁ ପିଏମ ମୋଦିଙ୍କ ନିମନ୍ତ୍ରଣ ପତ୍ରକୁ ସ୍ବୀକାର କରିଥିବା ବୈଦେଶିକ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ବିନା କୌଣସି ଯୋଜନାରେ ଅଘୋଷିତ ଭାବରେ ଶ୍ରୀଲଙ୍କାରେ ପହଞ୍ଚିଥିଲେ । ମଙ୍ଗଳବାର ସଧ୍ୟାରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ବିଦେଶ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ରାଜପକ୍ଷେଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ଦେଇଥିଲେ । ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରିଛନ୍ତି ।