ଚଣ୍ଡିଗଡ: ଗୋଟିଏ ପରିବାରର 4 ଜଣ ସଦସ୍ୟଙ୍କ ସହ ଜଣେ ନବଜାତ ଶିଶୁ ମଧ୍ୟ କୋରୋନା ପଜିଟିଭି ଚିହ୍ନଟ ହୋଇଛି । ପଞ୍ଜାବର ମୋହାଲି ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ ସଂସ୍ଥାରେ ପରିମଳ କର୍ମଚାରୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ କୋରୋନା ପଜେଟିଭି ଭାବେ ଚିହ୍ନଟ ହୋଇଛନ୍ତି । ଏହା ସହିତ ମୋହାଲି ଜିଲ୍ଲାର ମୋଟ ମାମଲା 61 କୁ ବୃଦ୍ଧି ପାଇଛି।
ପଞ୍ଜାବରେ ନବଜାତ ଶିଶୁ କୋରୋନା ପଜିଟିଭି ଚିହ୍ନଟ
ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ ସଂସ୍ଥାରେ ପରିମଳ କର୍ମଚାରୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ କୋରୋନା ପଜେଟିଭ ଭାବେ ଚିହ୍ନଟ ହୋଇଛନ୍ତି ।
ତେବେ ନିକଟରେ ଉକ୍ତ ହସ୍ପିଟାଲର କର୍ମଚାରୀଙ୍କୁ ପଜିଟିଭ୍ ଚିହ୍ନଟ କରାଯାଇଥିଲା । ପରେ ଆଜି(ରବିବାର) ତାଙ୍କର 26 ବର୍ଷୀୟା ପତ୍ନୀ, ଏକ ମାସର ଝିଅ, 60 ବର୍ଷର ମା ଏବଂ ଅନ୍ୟ ଜଣେ 19 ବର୍ଷର ବ୍ୟକ୍ତି ପଜିଟିଭ୍ ପରୀକ୍ଷା ଚିହ୍ନଟ ହୋଇଛନ୍ତି । ମୋହଲି ଡେପୁଟି କମିଶନର ଗିରିଶ ଦିନଲାନ ସୂଚନା ଅନୁଯାଇ । ଜିଲ୍ଲାରେ ବର୍ତ୍ତମାନ 53 ଟି ସକ୍ରିୟ ମାମଲା ସହିତ 61ଟି ପଜେଟିଭି ନମୁନା ଚିହ୍ନଟ କରାଯାଇଛି । ସେହିପରି 6 ଜଣ ରୋଗୀ ଆରୋଗ୍ୟ ହୋଇଥିବା ବେଳେ 2 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି 4ଟି ନୂଆ ମାମଲା ସହ ପଞ୍ଜାବରେ 219 ପଜିଟିଭି ଥିବା ବେଳେ 16 ଜଣଙ୍କର ମୃତ୍ୟୁ ଘଟିଛି ।