ଓଡିଶା

odisha

ETV Bharat / bharat

କୋଭିଡ୍‌ ମହାମାରୀକୁ ରୋକିବା ଦିଗରେ ନ୍ୟୁଜିଲ୍ୟାଣ୍ଡର ସଫଳ ରଣନୀତି

କୋଭିଡ୍‌ ମହାମାରୀକୁ ରୋକିବା ଦିଗରେ ନ୍ୟୁଜିଲ୍ୟାଣ୍ଡର ସଫଳ ରଣନୀତି ଯେତେବେଳେ ବିଶ୍ଵର ମହାଶକ୍ତିମାନେ କୋଭିଡ୍‌ ଯୁଦ୍ଧରେ ନାକେଦମ୍‌ ହେଲେଣି ସେତେବେଳେ ନ୍ୟୁଜିଲ୍ୟାଣ୍ଡ ବିଶ୍ଵ ଆଗରେ ଏକ ଉଦାହରଣ ସୃଷ୍ଟି କରିଛି ।

କୋଭିଡ୍‌ ମହାମାରୀକୁ ରୋକିବା ଦିଗରେ ନ୍ୟୁଜିଲ୍ୟାଣ୍ଡର ସଫଳ ରଣନୀତି
କୋଭିଡ୍‌ ମହାମାରୀକୁ ରୋକିବା ଦିଗରେ ନ୍ୟୁଜିଲ୍ୟାଣ୍ଡର ସଫଳ ରଣନୀତି

By

Published : Apr 16, 2020, 5:00 PM IST

କୋଭିଡ୍‌ ମହାମାରୀକୁ ରୋକିବା ଦିଗରେ ନ୍ୟୁଜିଲ୍ୟାଣ୍ଡର ସଫଳ ରଣନୀତି ଯେତେବେଳେ ବିଶ୍ଵର ମହାଶକ୍ତିମାନେ କୋଭିଡ୍‌ ଯୁଦ୍ଧରେ ନାକେଦମ୍‌ ହେଲେଣି ସେତେବେଳେ ନ୍ୟୁଜିଲ୍ୟାଣ୍ଡ ବିଶ୍ଵ ଆଗରେ ଏକ ଉଦାହରଣ ସୃଷ୍ଟି କରିଛି। ଏହାର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍‌ଙ୍କୁ ମିଳିବା ଆବଶ୍ୟକ। ତାଙ୍କର ଦକ୍ଷତା ଏବଂ ଦୂର ଦୃଷ୍ଟି ବଳରେ ଆଜି ସଂକ୍ରମଣକୁ ରୋକା ଯାଇପାରିଛି। ଏହା ବଦଳରେ ଲକ୍ଷ ଲକ୍ଷ ଜୀବନ ସୁରକ୍ଷିତ ହୋଇପାରିଛି। ଗୋଟିଏ ପଟେ ସେ ଦେଶରେ କଠୋର ଲକ୍‌ଡାଉନ୍‌କୁ ପାଳନ କରୁଛନ୍ତି, ଅନ୍ୟ ପକ୍ଷରେ ସେ ପ୍ରଭାବିତ ଲୋକଙ୍କ ଯତ୍ନ ବେଶ୍‌ ପ୍ରଭାବଶାଳୀ ଢଙ୍ଗରେ ନେଉଛନ୍ତି।

ନ୍ୟୁଜିଲ୍ୟାଣ୍ଡରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମିତଙ୍କୁ ଫେବୃୟାରୀ ୨୮ ତାରିଖରେ ଚିହ୍ନଟ କରାଯାଇଥିଲା। ଏହାପରେ ଜେସିଣ୍ଡା ବେଶ୍‌ କ୍ରିୟାଶୀଳ ହୋଇ ଆବଶ୍ୟକ ପଦକ୍ଷେପ ଗଗ୍ରହଣ କଲେ। ଏହାପରେ ବିଦେଶରୁ ବିମାନରେ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ସ୍ଵତନ୍ତ୍ର କ୍ଵାରେଣ୍ଟାଇନ୍‌ ହୋମ୍‌କୁ ପଠାଯିବାର ବ୍ୟବସ୍ଥା ହେଲା।ଏହାପରେ ଯେଉଁମାନେ କିଛି ଦିନପୂର୍ବେ ବିଦେଶରୁ ଫେରିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ସମସ୍ତ ଅଧିକାରୀଙ୍କୁ ସେ ନିର୍ଦେଶ ଦେଲେ। ଅଧିକାରୀମାନେ ଯେଉଁମାନେ ସଂକ୍ରମିତ ତାହାଙ୍କୁ ଚିହ୍ନଟ କରିବାରେ ଲାଗି ପଡ଼ିଲେ। ଏହା ଦ୍ଵାରା ଦେଶରେ ଏହି ମହାମାରୀ ଭୟଙ୍କର ନେବା ପୂର୍ବରୁ ନିୟନ୍ତ୍ରଣକୁ ଅଣାଯାଇପାରିଲା।

ଅନେକ ସତର୍କତା ସତ୍ବେ ନୋଭେଲ୍‌ କରୋନା ଭୁତାଣୁ ଭୟଙ୍କର ରୂପ ନେଇ ନିଜର କାୟା ବିସ୍ତାର କରି ଚାଲିଛି। ଏହାକୁ ଲକ୍ଷ୍ୟ କରି ଜାସିଣ୍ଡା ଅଧିକ ସତର୍କ ହୋଇ ଦେଶବାସୀଙ୍କୁ ୧୪ ଦିନ ଲାଗି ଘରୁ ନବାହାରିବାକୁ ପରାମର୍ଶ ଦେଲେ। ଏହା ମାର୍ଚ ୧୫ରୁ ଆରମ୍ଭ ହେଲା। ଏହି ଗୃହ ଆବଦ୍ଧ ହେବା ନ ସରୁଣୁ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଦେଶ ସାରା ଲକ୍‌ଡାଉନ୍‌ ଆଦେଶ ଦେଲେ। ଏହା ମାର୍ଚ ୨୬ରୁ ଆରମ୍ଭ ହେଲା। ଜନସାଧାରଣ ବି ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଲେ ଓ ଲକ୍‌ଡାଉନ୍‌ ପାଳନ କଲେ। ଏହା ପରଠାରୁ ସଂକ୍ରମିତ କରୋନାରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଲା। ସେ କରୋନା ସଂକ୍ରମଣର ପ୍ରତିଟି ଗତିବିଧିକୁ ଲକ୍ଷ୍ୟ କରି ଆବଶ୍ୟକ ପଦକ୍ଷେପକୁ ତୁରନ୍ତ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି। ସରକାରଙ୍କ ପକ୍ଷରୁ ଭୁତାଣୁ ହଟସ୍ପଟକୁ କ୍ଲଷ୍ଟରରେ ଭାଗ କରାଯାଇ ସେଠାରେ ସ୍ଵତନ୍ତ୍ର ରଣନୀତି ପ୍ରୟାଗ କରାଯାଇଛି।

ଲକ୍‌ଡାଉନ୍‌ ସମୟରେ ଦେଶରେ ଯେପରି ସବୁ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ଓ ବିତରଣ ହୋଇପାରିବ ତାହା ସେ ନିଶ୍ଚିତ କରିଛନ୍ତି। ଏହି ପଦକ୍ଷେପ ଦ୍ଵାରା ଏ ଦେଶ ଏବେ କରୋନା ସଂକ୍ରମଣରୁ ମୁକ୍ତି ପାଇପାରିଛି। ଏଥିଲାଗି ଜନସାଧାରଣ ଅଶେଷ ଧନ୍ୟବାଦର ପାତ୍ର। ନ୍ୟୁଜିଲ୍ୟାଣ୍ଡ କରୋନା ସଂକ୍ରମିତଙ୍କୁ ଠାବ କରିବା ପାଇଁ ବ୍ୟାପକ ପରୀକ୍ଷଣ ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ଭିତରେ ସାଚତନତା ପ୍ରସାର କରାଇଛନ୍ତି। ଏବେ ଦେଶରେ କୋଭିଡ୍‌ ୧୯ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୧୩୪୯। ଏହା ମଧ୍ୟରୁ ୪୭୧ଜଣ ସମ୍ପୂଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ସଂକ୍ରମଣ ହେତୁ ମାତ୍ର ୪ ଜଣଙ୍କ ମୃତ୍ୟୁ ହୋଇଛି। ଭୁତାଣୁର ସଂକ୍ରମଣ ହାର ମନ୍ଥର ରହିଛି। ପ୍ରାରମ୍ଭରୁ ଜାସିଣ୍ଡା ନେଇଥିବା ଅବରୋଧ ପଦକ୍ଷେପଗୁଡ଼ିକ ଏବେ ଭୁତାଣୁ ସଂକ୍ରମଣକୁ ରୋକି ତଥା ଭଲ ଫଳ ଦେବାରେ ସହାୟକ ହେଉଛି।

ନିକଟ ଅତୀତରେ ଜାସିଣ୍ଡା ଜାତିସଂଘ ସାଧାରଣ ପରିଷଦ ସଭାରେ ନିଜ ଛୁଆ ସହ ଯୋଗ ଦେବା ବେଶ୍‌ ଚର୍ଚାର ବିଷୟ ହୋଇଥିଲା। ଏପରିକି ଏହି କଠୋର ସମୟରେ ସେ ଜଣେ ସାଧାରଣ ନାଗରିକ ଓ ମା’ ଭଳି ଛୁଆର ଯତ୍ନ ନେଉଛନ୍ତି। ନାଗରିକ କୌଣସି ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ଭୋଗ କରୁନାହାନ୍ତି। ଜରୁରୀକାଳୀନ ସେବା ତାଙ୍କ ପାଖରେ ପହଞ୍ଚୁଛି। ନ୍ୟୁଜିଲ୍ୟାଣ୍ଡ ସରକାର ଶିଶୁମାନଙ୍କୁ ବ୍ୟସ୍ତ ରଖିବା ଲାଗି ଶିଶୁ ସାହିତ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି। ବାସ୍ତବରେ ଜାସିଣ୍ଡା ଏମିତି କିଛି କମିକ୍ସ ଓ ଗପ ବହିକୁ ମଧ୍ୟ ପଢ଼ିବା ପାଇଁ ପିଲାମାନଙ୍କୁ ଅନୁପ୍ରାଣୀତ କରିଛନ୍ତି ।

ABOUT THE AUTHOR

...view details