ଓଡିଶା

odisha

ETV Bharat / bharat

ଗୁଗୁଲ ପ୍ଲେ ମ୍ୟୁଜିକକୁ ରିପ୍ଲେସ କରିବ ‘ୟୁଟ୍ୟୁବ ମ୍ୟୁଜିକ’ - ଲାଟେଷ୍ଟ ଏଣ୍ଟରଟେନମେଣ୍ଟ ନ୍ୟୁଜ୍‌

ଚଳିତବର୍ଷ ଶେଷ ସୁଦ୍ଧା ନିରାଶ ହେବେ ଅନେକ ଗୁଗୁଲ ପ୍ଲେ ମ୍ୟୁଜିକ ୟୁଜର୍ସ । ଏହି ସର୍ଭିସ ଖୁବ ଶୀଘ୍ର ବନ୍ଦ ହେବାକୁ ଥିବା ବେଳେ ଗୁଗୁଲ ଆଣିଛି ଏହାର ବିକଳ୍ପ । ଏବେଠାରୁ ୟୁଜର୍ସଙ୍କ ନିଜ ଡାଟା, ମ୍ୟୁଜିକ ଲାଇବ୍ରେରୀ ଓ ପ୍ରେଫରେନ୍ସ ଲିଷ୍ଟ ଆଗାମୀ ବିକଳ୍ପ ‘ୟୁଟ୍ୟୁବ୍‌ ମ୍ୟୁଜିକ’କୁ ଟ୍ରାନ୍ସଫର କରିବା ପାଇଁ କମ୍ପାନୀ ନୋଟିସ ଦେବା ଆରମ୍ଭ କରିଛି ।

google play music, youtube music, latest entertainment news, latest technology news, ଗୁଗୁଲ ପ୍ଲେ ମ୍ୟୁଜିକ, ୟୁଟ୍ୟୁବ ମ୍ୟୁଜିକ, ଲାଟେଷ୍ଟ ଏଣ୍ଟରଟେନମେଣ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଗୁଗୁଲ ପ୍ଲେ ମ୍ୟୁଜିକକୁ ରିପ୍ଲେସ କରିବ ‘ୟୁଟ୍ୟୁବ ମ୍ୟୁଜିକ’

By

Published : May 13, 2020, 1:08 AM IST

ହାଇଦ୍ରାବାଦ: ଚଳିତବର୍ଷ ଶେଷ ସୁଦ୍ଧା ନିରାଶ ହେବେ ଅନେକ ଗୁଗୁଲ ପ୍ଲେ ମ୍ୟୁଜିକ ୟୁଜର୍ସ । ଏହି ସର୍ଭିସ ଖୁବ ଶୀଘ୍ର ବନ୍ଦ ହେବାକୁ ଥିବା ବେଳେ ଗୁଗୁଲ ଆଣିଛି ଏହାର ବିକଳ୍ପ । ଏବେଠାରୁ ୟୁଜର୍ସଙ୍କ ନିଜ ଡାଟା, ମ୍ୟୁଜିକ ଲାଇବ୍ରେରୀ ଓ ପ୍ରେଫରେନ୍ସ ଲିଷ୍ଟ ଆଗାମୀ ବିକଳ୍ପ ‘ୟୁଟ୍ୟୁବ୍‌ ମ୍ୟୁଜିକ’କୁ ଟ୍ରାନ୍ସଫର କରିବା ପାଇଁ କମ୍ପାନୀ ନୋଟିସ ଦେବା ଆରମ୍ଭ କରିଛି । ତେବେ ଗୁଗୁଲ ପ୍ଲେ ମ୍ୟୁଜିକ ବନ୍ଦ ହେବାକୁ କିଛି ସମୟ ବାକି ଥିବା ବେଳେ ଏଥିରୁ ବାହାରୁ ୟୁଟ୍ୟୁବ ମ୍ୟୁଜିକ ସହ ଖାପ ଖୁଆଇବା ପାଇଁ ୟୁଜର୍ସଙ୍କୁ ସମୟ ଦେଇଛି ଗୁଗୁଲ ।

କମ୍ପାନୀର କହିବା ଅନୁଯାୟୀ ଖୁବ ଶୀଘ୍ର ସମସ୍ତ ୟୁଜର୍ସଙ୍କୁ ଏକ ଅଫିସିଆଲ ମେଲ ପଠାଯିବ । ଏଥିରେ ୟୁଜର୍ସମାନଙ୍କୁ ନିଜ ଡାଟା, ମ୍ୟୁଜିକ ଲାଇବ୍ରେରୀ, ଗୁଗୁଲ ପ୍ଲେ ମ୍ୟୁଜିକ ହିଷ୍ଟ୍ରି ଓ ପୋଡକାଷ୍ଟ ଆଦି ୟୁଟ୍ୟୁବ ମ୍ୟୁଜିକକୁ କିପରି ଟ୍ରାନ୍ସଫର କରିବେ ତାହାର ଷ୍ଟେପ୍ସ ଦିଆଯିବ । ଯାହାକୁ ଫଲୋ କରି ୟୁଜର୍ସମାନଙ୍କୁ ଯଥାଶୀଘ୍ର ଟ୍ରାନ୍ସଫର କାମ ସାରିବାକୁ ହେବ । ତେବେ ୟୁଜର୍ସଙ୍କୁ ଏହି ପରିବର୍ତ୍ତନ ପ୍ରତି ଆକର୍ଷିତ କରିବା ପାଇଁ ୟୁଟ୍ୟୁବ ମ୍ୟୁଜିକ ପ୍ରାୟ 50 ମିଲିୟନ ଅଫିସିଆଲ ଟ୍ରାକ, ଆଲବମ ଓ ହାଇ କ୍ବାଲିଟି ଅଡିଓ ସହିତ ଡିପ୍‌ କଟ୍‌, ବି-ସାଇଡ୍ସ, ଲାଇଭ ପରଫର୍ମାନ୍ସ ଓ ରିମିକ୍ସର କଲେକ୍ସନ ଯୋଗାଇବାର ସୂଚନା ରହିଛି ।

ତେବେ ଗୁଗୁଲ ପ୍ଲେ ମ୍ୟୁଜିକରେ ପ୍ଲେ ଲିଷ୍ଟ କ୍ଷମତା 1000 ରହୁଥିବା ବେଳେ ନୂଆ ୟୁଟ୍ୟୁବ ମ୍ୟୁଜିକରେ ଏହି କ୍ଷମତା 5000 ରହିବ । ସେପଟେ ଡାଟା ଟ୍ରାନ୍ସଫର ପରେ ୟୁଜର୍ସ ଏଥିରେ 1ଲକ୍ଷ ପର୍ଯ୍ୟନ୍ତ ଗୀତକୁ ମ୍ୟୁଜିକ ଲାଇବ୍ରେରୀରେ ରଖିପାରିବେ । ଯାହାକି ଗୁଗୁଲ ପ୍ଲେ ମ୍ୟୁଜିକ କ୍ଷେତ୍ରରେ ମାତ୍ର 50 ହଜାର ରହିଥିଲା । ତେବେ ଗୁଗୁଲ ପ୍ଲେ ମ୍ୟୁଜିକ ଓ ୟୁଟ୍ୟୁବ ମ୍ୟୁଜିକର ଦାମ ମଧ୍ୟରେ କୌଣସି ତଫାତ ରହିବ ନାହିଁ । ଏଥିସହ ଆଡ୍‌ ଫ୍ରି ମ୍ୟୁଜିକ ଓ ଅଫଲାଇନ ମ୍ୟୁଜିକର ମଜା ଉଠାଇବା ପାଇଁ ୟୁଜର୍ସ ୟୁଟ୍ୟୁବ ପ୍ରିମିୟମ ମଧ୍ୟ ଡାଉନଲୋଡ କରିପାରିବେ ।

@IANS

ABOUT THE AUTHOR

...view details