ଓଡିଶା

odisha

ETV Bharat / bharat

କୋଭିଡ୍ ପାଇଁ ବ୍ରାଜିଲରେ ନୂଆ ବର୍ଷ ଉତ୍ସବ ବାତିଲ୍ ! ତିନି ଲକ୍ଷ ଲୋକଙ୍କ ଆଶା ଚୁରମାର୍ - brazil corona

ବ୍ରାଜିଲର ଉପକୂଳବର୍ତ୍ତୀ ସହର ରିଓ ଡି ଜେନେରିଓ ନୂତନ ବର୍ଷର ଉତ୍ସବକୁ ବାତିଲ୍ କରାଯାଇଛି। ଯାହା ପ୍ରତିବର୍ଷ କୋପାକାବାନା ବେଳାଭୂମିରେ ତିନି ଲକ୍ଷ ଲୋକଙ୍କୁ ଆକର୍ଷିତ କରିଥାଏ। ଏଵେ ଏମାନଙ୍କ ସ୍ଵପ୍ନ ଭାଙ୍ଗି ଚୁରମାର୍ ହୋଇଛି।

କୋଭିଡ୍ ପାଇଁ ବ୍ରାଜିଲର ନୂଆ ବର୍ଷର ଉତ୍ସବ ବାତିଲ୍ !  ତିନି ଲକ୍ଷ ଲୋକଙ୍କ ଆଶା ଚୂରମାର୍
କୋଭିଡ୍ ପାଇଁ ବ୍ରାଜିଲର ନୂଆ ବର୍ଷର ଉତ୍ସବ ବାତିଲ୍ ! ତିନି ଲକ୍ଷ ଲୋକଙ୍କ ଆଶା ଚୂରମାର୍

By

Published : Jul 26, 2020, 10:56 AM IST

ବ୍ରାଜିଲ: କୋଭିଡ୍ -19 ମାମଲାରେ ବୃଦ୍ଧି ଘଟିଥିବା ବେଳେ ବ୍ରାଜିଲର ଉପକୂଳବର୍ତ୍ତୀ ସହର ରିଓ ଡି ଜେନେରିଓ ନୂତନ ବର୍ଷର ଉତ୍ସବକୁ ବାତିଲ୍ କରାଯାଇଛି। ଯାହା ପ୍ରତିବର୍ଷ କୋପାକାବାନା ବେଳାଭୂମିରେ ତିନି ଲକ୍ଷ ଲୋକଙ୍କୁ ଆକର୍ଷିତ କରିଥାଏ। ହେଲେ ଏଵେ ସେମାନଙ୍କ ସ୍ଵପ୍ନ ଭାଙ୍ଗି ଚୁରମାର୍ ହୋଇଛି। ମହାମାରୀ ଯୋଗୁଁ ଵିଶ୍ବର ତମାମ ଉତ୍ସବ ବାତିଲ୍ ହେଉଛି। ଏହି ପରି ବ୍ରାଜିଲ୍ ନୂଆ ବର୍ଷ ବାତିଲ୍ ହୋଇଯାଇଛି।

ମ୍ୟୁନିସିପାଲିଟି ଟ୍ରାଭେଲ ଏଜେନ୍ସି ରିଓ ଟୁର କହିଛନ୍ତି ଯେ, ନୂଆ ବର୍ଷ ଅବସରରେ ପାରମ୍ପାରିକ ମଡେଲଙ୍କୁ ନେଇ ଯାହା ଆମେ ଜାଣୁ ଏବଂ ବର୍ଷ ବର୍ଷ ଧରି ଅଭ୍ୟାସ କରିଛୁ, ତଥା କାର୍ନିଭାଲ ନହେଲେ ମନ ଭାଙ୍ଗିଯିବ । ଅନ୍ୟପକ୍ଷରେ ଟିକା ତଥା ଭ୍ୟାକ୍ସିନ୍ ବିନା ମହାମାରୀ ସମୟରେ ନୂଆଵର୍ଷ ପାଳନ ମଧ୍ୟ ଅସମ୍ଭବ ହେବ।

ଜନ ସମାବେଶର ବିକଳ୍ପ ବିଷୟରେ କମ୍ପାନୀ ବିଚାର କରିବ ଏବଂ ସେମାନଙ୍କୁ ରିଓ ମେୟର ମାର୍ସେଲୋ କ୍ରିଭେଲାଙ୍କ ନିକଟରେ ଉପସ୍ଥାପନ କରିବ। ଟେବୁଲରେ ଥିବା ବିକଳ୍ପଗୁଡ଼ିକ ସହରରେ ଛୋଟ ଆକାରର ଉତ୍ସବ ଆୟୋଜନ କରିବା ଏବଂ ପାରମ୍ପାରିକ ଆତସବାଜି ପ୍ରଦର୍ଶନ ପରି ଇଭେଣ୍ଟ ପ୍ରସାରଣ ଅନ୍ତର୍ଭୁକ୍ତ କରେ। କିନ୍ତୁ ଏସଵୁ ଵି ସନ୍ଦେହରେ ରହିଛି।

ABOUT THE AUTHOR

...view details