ହାଇଦ୍ରାବାଦ: କୋରୋନା ଭାଇରସ୍ । ଶରୀରରେ ଏହି ଜୀବତତ୍ତ୍ବ ପ୍ରବେଶ କରିବାର ଏକ ନୂତନ ଉପାୟ ରହିଛି । ଶରୀରର ସମସ୍ତ କୋଷରେ ବିଦ୍ୟମାନ ଏକ ଗ୍ରହୀତା ତତ୍ତ୍ବ, ସମସ୍ତ ଡାଏବେଟିସ୍ ନିରୋଧୀ ଔଷଧ ପ୍ରତି ସମ୍ବେଦନଶୀଳ । ଏହି Dpp4 ରିସେପ୍ଟର ମାନବ ଶରୀରରେ କୋରୋନା ଭାଇରସ୍ର ସଂଖ୍ୟାବୃଦ୍ଧି ଲାଗି ଜରୁରୀ ।
ମାନବ ଶରୀରରେ କୋରୋନା ଭାଇରସ୍ ପ୍ରବେଶ କରିବାର ଏକ ନୂଆ ଉପାୟ ରହିଛି । ଏହା ହେଉଛି Dpp4 ରିସେପ୍ଟର । ଯାହାକି ଏକ ପ୍ରକାରର ଅଣୁବନ୍ଧନ ଯାହାର ବ୍ୟବହାର କରି ଏହି ଭୂତାଣୁ ଶରୀରର କୋଷଗୁଡିକୁ ଆକ୍ରମଣ କରେ । ଏହା ମଣିଷ ଶରୀରର ସମସ୍ତ କୋଷରେ ଦେଖାଯାଏ ଏବଂ ତାହାରି ଉପରେ ହିଁ ସକ୍ରିୟ ହୁଏ, ଯାହା ବହୁ ଡାଏବେଟିସ୍ ନିରୋଧୀ ଔଷଧ ।
ଏଥିରୁ ସୂଚନା ମିଳେ ଯେ ଏହି ସମାନ ଔଷଧଗୁ଼ଡିକୁ କୋଭିଡ୍-19 ଚିକିତ୍ସାରେ, ଅନ୍ତତଃପକ୍ଷେ ସାମାନ୍ୟ ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ, ବ୍ୟବହାର କରାଯାଇପାରିବ ।
ମିଆମି ବିଶ୍ବବିଦ୍ୟାଳୟର ଜିଆନ୍ଲୁକା ଆୟୋକୋବେଲିସ୍ଙ୍କ ଦ୍ବାରା ଡାଏବେଟିସ୍ ରିସର୍ଚ୍ଚ ଆଣ୍ଡ କ୍ଲିନିକାଲ୍ ପ୍ରାକ୍ଟିସେସ୍ରେ ଏହି ପର୍ଯ୍ୟବେକ୍ଷଣ ସଂପର୍କରେ ପ୍ରକାଶ ପାଇଛି ।
ଏହି Ace2 ରିସେପ୍ଟର, ମୁଖ୍ୟତଃ ମାନବ ଶରୀରର ଶ୍ବାସକ୍ରିୟା ପ୍ରକ୍ରିୟାରେ ଥିବା କୋଷଗୁଡିକରେ ରହିଥାଏ ଏବଂ ଏହାକୁ ମଣିଷ ଶରୀରରେ କୋରୋନା ଭାଇରସ୍ ପ୍ରବେଶ କରାଇବାର ମୁଖ୍ୟ ପ୍ରବେଶ ପଥ ବୋଲି ଆରମ୍ଭରୁ ଚିହ୍ନଟ କରାଯାଇଛି । ଇଟାଲୀର ଏକ ସଂସ୍ଥା ANSAକୁ ମିଆମି ବିଶ୍ବବିଦ୍ୟାଳୟ ହାସପାତାଳର ଡାୟାବେଟୋଲୋଜି ସର୍ଭିସ୍ର ମୁଖ୍ୟ ଆୟୋକୋବେଲିସ୍ଙ୍କ କହିବା ଅନୁସାରେ,SarsCoV2 ଭୂତାଣୁ Dpp4 ରିସେପ୍ଟର ସହ ସଂଯୁକ୍ତ ହେବା ସଂଘଟନରୁ ସୂଚନା ମିଳେ ଯେ, “ସେଠାରେ ଆଉ ଏକ ପୃଥକ୍ ପ୍ରକ୍ରିୟା ରହିଛି, ଯାହାକି କୋଭିଡ୍-19 ରୋଗରେ ସାମାନ୍ୟ ପୀଡିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଚିକିତ୍ସା ପାଇଁ ଏକ ନୂତନ ପଥ ଉନ୍ମୁକ୍ତ କରିପାରେ” ।
ଶ୍ବାସନଳୀ ଏବଂ ହୃତ୍ପିଣ୍ଡର କୋଷ ଭଳି ଶରୀରର ସମସ୍ତ କୋଷର ପୃଷ୍ଠଭାଗରେ ରହିଥାଏ ବୋଲି ଜଣାଯାଇଥିବା Dpp4 ରିସେପ୍ଟରର ରୋଗ ପ୍ରତିରୋଧକ ଏବଂ ଯନ୍ତ୍ରଣାଦାୟକ ପ୍ରଣାଳୀ ସହିତ ସଂଯୋଗ ଥାଏ ଏବଂ 2002ରେ ପରିଲକ୍ଷିତ କୋରୋନା ଭାଇରସ୍ ରୋଗ ସହିତ ଏହାର ସଂପୃକ୍ତି ସଂପର୍କରେ ଜଣାପଡିଥିଲା- ଯାହାକି 2003, ଦି Sars ନାମରେ ପରିଚିତ ଥିଲା ।
ଏବେ ପ୍ରଶ୍ନ ଉଠୁଛି ଯେ, ଡାଏବେଟିସ୍ ନିରୋଧୀ ଔଷଧ କୋଭିଡ୍-19 ଚିକିତ୍ସାରେ କେତେଦୂର ଯାଏଁ ଫଳପ୍ରଦ ହେବ । ଏ ପର୍ଯ୍ୟନ୍ତ ଏ ସଂପର୍କରେ ସଠିକ୍ ଉତ୍ତର ମିଳିନାହିଁ । କାରଣ, ଏ ବିଷୟରେ ଏବେ ହିଁ ଗବେଷଣା ଆରମ୍ଭ ହୋଇଛି ।