ଓଡିଶା

odisha

ETV Bharat / bharat

ଚାଲାଣକୁ ଚ୍ୟାଲେଞ୍ଜ, ଦେଖନ୍ତୁ ଭିଡିଓ

ନୂଆ ଟ୍ରାଫିକ ନିୟମକୁ ନେଇ ଚାରିଆଡେ ଚର୍ଚ୍ଚା। ତେବେ ନିୟମକୁ ନେଇ ଅନେକ ଭିଡିଓ ଭାଇରାଲ ହେଉଛି । ତେବେ ଚାଲାଣକୁ ଚ୍ୟାଲେଞ୍ଜ ଦେବାକୁ ଦେଖନ୍ତୁ ଜଣେ ବାଇକ ଚାଳକଙ୍କ ନିଆରା ଷ୍ଟାଇଲ।

By

Published : Sep 15, 2019, 12:16 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ନୂଆ ମୋଟର ଯାନ ନିୟମ ସମସ୍ତଙ୍କ ଛାତିରେ ଛନକା ଆଣି ଦେଇଛି। ଲୋକେ ଘରୁ ବାହାରିଲେ କର୍ମକ୍ଷେତ୍ରରେ କିପରି ବିନା ଫାଇନରେ ପହଞ୍ଚିବେ ସେହି ଭୟ ତାଙ୍କୁ ଗୋଡେଇ ଡରାଉଛି। ତେବେ ଏହି ନୂଆ ନିୟମକୁ ନେଇ ଅନେକ ତୁମ୍ବି ତୋଫାନ ଠିଆ ହେଲାଣି। କେହି କେହି ଏହି ନିୟମକୁ ସ୍ବାଗତ ଯୋଗ୍ୟ ପଦକ୍ଷେପ କହୁଥିବା ବେଳେ ଆଉ କିଏ ନିନ୍ଦା କରୁଛନ୍ତି।

ଚାଲାଣକୁ ଚ୍ୟାଲେଞ୍ଜ, ଦେଖନ୍ତୁ ଭିଡିଓ

ତେବେ ଏହି ନିୟମକୁ ନେଇ ସୋସିଆଲ ମିଡିଆରେ ଅନେକ ଫନି ଭିଡିଓ ଭାରରାଲ ହେଉଛି। କେହି କେହି ଟ୍ରାଫିକ ଭୟରେ ଘରେ ରାତିରେ ହେଲମେଟ ପିନ୍ଧି ଶୋଇବା ସହ, ଡିଏଲ ଓ ଗାଡିର ବିଭିନ୍ନ କାଗଜ ପତ୍ର ସଜାଡି ରଖୁଛନ୍ତି। କାରଣ ନିୟମ ଭାଙ୍ଗୁଥିବା ଲୋକଙ୍କ ପକେଟରୁ ପୋଲିସ ହୁଗାଳୁଛି ଲକ୍ଷ ଲକ୍ଷ ଟଙ୍କା। ଯେଉଁଠି ଗାଡିର ମୂଲ୍ୟଠାରୁ ଫାଇନର ମୂଲ୍ୟ ଅଧିକ ହୋଇଯାଉଛି।

ଏଭଳି ଏକ ପରିସ୍ଥିତିରେ ଲୋକଙ୍କ ଟେନସନକୁ ଟିକେ ରିଲାକ୍ସ ଦେବା ପାଇଁ ଅନେକ ଫନି ଭିଡିଓ ତିଆରି କରାଯାଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଥିରେ ବାଇକ ଚାଳକ ଜଣେ ଏକ ନିଆରା ଷ୍ଟାଇଲରେ ଗାଡି ଚଳାଉଛନ୍ତି। ଯେଉଁଥିରେ ବାଇକଟି ବିନା ଚାଳକରେ ଚାଲିବା ସହ ଲୋକଟି ବାଇକ ପଛରେ ବସିଛନ୍ତି। ତେବେ ଏହି ବିପଦପୂର୍ଣ୍ଣ ଷ୍ଟଣ୍ଟଟିକୁ କରିଛନ୍ତି ଟିଭି ଡିରେକ୍ଟର ଅସିତ କୁମାର ମୋଦି। ସେ ପ୍ରଖ୍ୟାତ ଟେଲିଭିଜନ ଶୋ ‘ତାରକ ମେହେତା କା ଉଲଟା ଚଷମା’ର ନିର୍ଦ୍ଦେଶକ ଅଛନ୍ତି।

ଭିଡିଓଟିକୁ ସେୟାର କରି ନିର୍ଦ୍ଦେଶକ କ୍ୟାପସନ ଲେଖିଛନ୍ତି କି ଏ ଷ୍ଟାଇଲରେ ଆପଣ କାହାର ଚାଲାଣ କାଟିବେ କାଟନ୍ତୁ। ତେବେ ଅନେକ ଲୋକ ଏହାକୁ ବିପଦପୂର୍ଣ୍ଣ ବୋଲି କମେଣ୍ଟ ଦେଇଛନ୍ତି।

ABOUT THE AUTHOR

...view details