ଓଡିଶା

odisha

By

Published : May 28, 2020, 3:45 PM IST

ETV Bharat / bharat

ଆଜିଠୁ ପଶ୍ଚିମବଙ୍ଗରୁ ଉଡିଲା ବିମାନ, ଜାଣନ୍ତୁ ଗାଇଡଲାଇନ

ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ଠାରୁ ପଶ୍ଚିମବଙ୍ଗ ବିମାନ ଚଳାଚଳ ଆରମ୍ଭ ହେବ । ଏଥିପାଇଁ ପଶ୍ଚିମବଙ୍ଗ ସରକାର ଯାତ୍ରୀଙ୍କ ପାଇଁ କିଛି ନିୟମ ଲାଗୁ କରିଛନ୍ତି ।

flight
ବିମାନ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଜାରି କଲେ ପଶ୍ଚିମବଙ୍ଗ ସରକାର

କୋଲକାତା: ଆଜି ଠାରୁ ପଶ୍ଚିମବଙ୍ଗରେ ବିମାନ ଚଳାଚଳ ଆରମ୍ଭ ହୋଇଛି । ଏଥିପାଇଁ ପଶ୍ଚିମବଙ୍ଗ ସରକାର ଯାତ୍ରୀଙ୍କ ପାଇଁ କିଛି ନିୟମ ଲାଗୁ କରିଛନ୍ତି । କୋଲକାତା ଯାଉଥିବା ଯାତ୍ରୀମାନେ ମମତା ବାନାର୍ଜୀ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବା ଆବଶ୍ୟକ । 14 ଦିନର ବାଧ୍ୟତାମୂଳକ କ୍ବାରେଣ୍ଟିନ ସହ ପଶ୍ଚିମବଙ୍ଗ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି ।

- ଯାତ୍ରୀମାନେ ବିମାନବନ୍ଦରରେ ଫେସ୍ କଭର କିମ୍ବା ମାସ୍କ ପିନ୍ଧିବା ଜରୁରୀ । ମୌଳିକ ସ୍ୱଚ୍ଛତା ସହିତ ସାମାଜିକ ଦୂରତା ନିୟମ କଡାକଡି ପାଳନ କରାଯିବା ଉଚିତ୍ ।

- ସମସ୍ତ ଯାତ୍ରୀ ବାହାରକୁ ଯିବା ବେଳେ ସ୍ୱାସ୍ଥ୍ୟ ସ୍କ୍ରିନିଂ କରିବା ବାଧ୍ୟତାମୂଳକ ।

- ଦୁଇ ମାସ ମଧ୍ୟରେ କୋରୋନା ଆକ୍ରାନ୍ତ ନ ହୋଇଥିବା ନେଇ ସମସ୍ତ ଯାତ୍ରୀଙ୍କୁ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବାକୁ ପଡିବ ।

- ଯେଉଁ ଯାତ୍ରୀମାନେ ଆସନ୍ତାକାଲି କୋଲକାତାରେ ପହଞ୍ଚିବେ ସେମାନେ ବିମାନବନ୍ଦରରେ ଏକ ରାଉଣ୍ଡ ସ୍ୱାସ୍ଥ୍ୟ ସ୍କ୍ରିନିଂ କରିବେ | ଯେଉଁମାନଙ୍କ ଠାରେ କୋରୋନାର କୌଣସି ଲକ୍ଷଣ ଦେଖାଯିବ ନାହିଁ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ । ଶୁକ୍ରବାର ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ 14 ଦିନ ସେଲ୍ଫ କ୍ବାରେଣ୍ଟିନ ବାଧ୍ୟତାମୂଳକ ।

- ଯଦି ବିମାନ ଉଡାଣ ବେଳେ କୌଣସି ଯାତ୍ରୀ କୋରୋନା ଲକ୍ଷଣ ଅନୁଭବ କରନ୍ତି ତେବେ ଉକ୍ତ ଯାତ୍ରୀମାନେ ମେଡିକାଲ ଅଫିସର କିମ୍ବା ରାଜ୍ୟ କଲ ସେଣ୍ଟର ନଂ 1800 313 444 222 / 033-23412600, 2357 3636/1083/1085 କୁ ସୂଚନା ଦେବେ ।

-ଯେଉଁ ଯାତ୍ରୀଙ୍କ ଠାରେ ମଧ୍ୟମ କିମ୍ବା ଗୁରୁତର ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ଡେଡିକେଟେଡ୍ କୋରୋନା ସ୍ୱାସ୍ଥ୍ୟ ସୁବିଧାରେ ଭର୍ତ୍ତି କରାଯିବ ।

- ରାଜ୍ୟ ସରକାର ଏୟାରପୋର୍ଟ ଅଧିକାରୀଙ୍କୁ ପ୍ରତିଦିନ ସାଧାରଣ ଅଞ୍ଚଳକୁ ସାନିଟାଇଜ ଏବଂ ଡିସଇନଫେକ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଲକାତା ବିମାନବନ୍ଦରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ସାବୁନ୍ ଏବଂ ସାନିଟାଇଜର ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

- ବିମାନ ବନ୍ଦରରେ ସାମାଜିକ ଦୂରତା ନିୟମ ଏବଂ ସ୍ୱାସ୍ଥ୍ୟ ସ୍ୱଚ୍ଛତା ପ୍ରୋଟୋକଲ କଡାକଡି ପାଳନ କରିବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details