ନୂଆଦିଲ୍ଲୀ: ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି (ଗୁରୁବାର) ରାଜଧାନୀରେ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି । ଖୁବ୍ କମ୍ ସମୟ ମଧ୍ୟରେ ଏହି ପରୀକ୍ଷଣରୁ କୋରୋନା ରିପୋର୍ଟ ଆସିପାରିବ । ଦିଲ୍ଲୀର ପ୍ରଥମ ଆଣ୍ଟିଜେନ୍ ପରୀକ୍ଷା ସେକ୍ଟର 4ରେ ଥିବା ରତ୍ନାକର ଆପାର୍ଟମେଣ୍ଟରେ କରାଯାଇଥିଲା ।
କଣ୍ଟେନମେଣ୍ଟ ଜୋନ୍, ହଟସ୍ପଟ୍ ଓ ଡାକ୍ତରଖାନାରେ ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା କରାଯିବ ଯାହା ଦ୍ବାରା କୋରୋନା ସଂକ୍ରମିତ ଲୋକଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିବ । ଏଥିପାଇଁ ଦିଲ୍ଲୀରେ 169 ଟି କେନ୍ଦ୍ର କରାଯାଇଛି । ଏହା 30 ମିନିଟରୁ ଏକ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବ । ଅନ୍ୟପକ୍ଷେ ଆରଟି-ପିସିଆର ପରୀକ୍ଷାରେ ଫଳାଫଳ 5 ଘଣ୍ଟା ପରେ ଆସୁଥିଲା ।