ଲକ୍ଷ୍ନୌ: ମଥୁରା କୃଷ୍ଣ ଜନ୍ମଭୂମି ମାଲିକାନା ଅଧିକାର ଓ ମନ୍ଦିର ପରିସରକୁ ମସଜିଦ ମୁକ୍ତ କରିବାକୁ ଜିଲ୍ଲା କୋର୍ଟରେ ଗୁରୁବାର 5 ଟି ନୂତନ ପିଟିସନ ଦାଖଲ କରାଯାଇଛି । ଏହି ମାମଲାର ଶୁଣାଣି ଆସନ୍ତା ବର୍ଷ ଅର୍ଥାତ 2021 ଜାନୁୟାରୀ 7 ତାରିଖରେ ହେବ । ମାମଲାରେ ମୋଟ ନଅ ଜଣଙ୍କୁ ପକ୍ଷଭୁକ୍ତ କରାଯିବ ।
ମୋଟ 13.37 ଏକର ଜମିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ନିର୍ମିତ । ଯେଉଁଥିରେ 11 ଏକର କୃଷ୍ଣ ଜନ୍ମଭୂମି ଲୀଳା ମଞ୍ଚ ଓ ଭାଗବତ ଭବନ ଏବଂ 2.37 ଏକର ଜମିରେ ଶାହି ଇଦଗାହ ମସଜିଦ ନିର୍ମାଣ ହୋଇଛି । ଏଣୁ ଶ୍ରୀକୃଷ୍ଣ ଜନ୍ମଭୂମି ପରିସର ଭିତରୁ ଏହି ମସଜିଦକୁ ଉଚ୍ଛେଦ କରିବାକୁ ହରିଶଙ୍କର ଜେନ, ବିଷ୍ଣୁ ଶଙ୍କର ଜେନ, ରଞ୍ଜନା ଅଗ୍ନିହୋତ୍ରି ସମେତ 5 ଜଣ ଓକିଲ ଏନେଇ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରିଛନ୍ତି । ତେବେ ଏହି ମାମଲାର ଶୁଣାଣି ଆସନ୍ତା 7 ତାରିଖରେ ହେବାକୁ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ସେବା ସଚିବ କପିଲ ଶର୍ମା ଜଣାଇଛନ୍ତି ।