ଓଡିଶା

odisha

ETV Bharat / bharat

ଦାମୀ କାର ମାଲିକ ଗଣିଲେ ମୋଟା ଅଙ୍କର ଜୋରିମାନା - gujurat police fine 10 lakh fined

ଗୁଜୁରାଟର ଜଣେ କାର ମାଲିକଙ୍କୁ ବିନା ନମ୍ବର ପ୍ଲେଟରେ ଗାଡି ଚଳାଇବା ଅଭିଯୋଗରେ ପାଖାପାଖି 10 ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିଛି।

new motor vechile act
ଫାଇଲ ଫଟୋ

By

Published : Nov 30, 2019, 12:31 PM IST

ଗାନ୍ଧୀନଗର: କାର ମାଲିକଙ୍କୁ ଭାରି ପଡିଲା ବିନା ନମ୍ବର ପ୍ଲେଟ ଗାଡି ଚଲାଇବା । ଆଉ ଏହି ଅଭିଯୋଗରେ ତାଙ୍କୁ ପାଖାପାଖି 10 ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟରେ । ଦେଶର ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରଠୁ ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ଏହା ସହିତ ଟ୍ରାଫିକ ନିୟମକୁ ଉଲଙ୍ଘନ କରୁଥିବା ଲୋକଙ୍କ ଉପରେ ବେଶ ମୋଟ ଅଙ୍କର ଜୋରିମାନା ମଧ୍ୟ କଷାଯାଉଛି।

ହେଲେ ଗୁଜୁରାଟରେ ଜଣେ କାର ମାଲିକ ବିନା ନମ୍ବର ପ୍ଲେଟ ଗାଡି ଚଳାଇବାରୁ ତାଙ୍କୁ 9 ଲକ୍ଷ 80 ହଜାର ଟଙ୍କାର ଜୋରିମାନା ଦେବାକୁ ପଡିଛି। ଏହା ଦେଶରେ ସର୍ବାଧିକ ପରିମାଣର ଜୋରିମାନା ବୋଲି କୁହାଯାଉଛି । ରାଜ୍ୟର ଅହମ୍ମଦାବାଦର ସିନ୍ଧୁଭବନ ରୋଜରେ ପୋଲିସ ଏକ ଦାମୀ କାର ମାଲିକଙ୍କୁ ଡ୍ରାଇଭିଙ୍ଗ ଲାଇଲେନ୍ସ, ବିନା ନମ୍ବର ପ୍ଲେଟରେ ଗାଡି ଚଳାଇବା ଏବଂ ଗାଡିର କାଗଜପତ୍ର ନଥିବା ଅଭିଯୋଗରେ 9 ଲକ୍ଷ 80 ଟଙ୍କାର ଜୋରିମାନା ଲଗାଇଥିଲା। ଗୁଜୁରାଟ ପୋଲିସ ବିଗତ କିଛି ମାସ ମଧ୍ୟରେ ପାଖାପାଖି 10ଟି ଦାମୀ କାରର ଚାଲାଣ କାଟି ସାରିଲାଣି।

ABOUT THE AUTHOR

...view details