ଲକ୍ଷ୍ନୌ: ସୁନ୍ନି ୱାକଫ୍ ବୋର୍ଡ ଦ୍ବାରା ଗଠିତ ଟ୍ରଷ୍ଟ ଅଯୋଧ୍ୟାର ଧନ୍ନିପୁରରେ ବାବରି ମସ୍ଜିଦ ଆକାରର ଆଉ ଏକ ମସଜିଦ୍ ତିଆରି କରିବ । ଏହି ମସଜିଦ ପରିସରରେ ହସ୍ପିଟାଲ, ଲାଇବ୍ରେରୀ ଏବଂ ସଂଗ୍ରହାଳୟ ଇତ୍ୟାଦି ରହିବ । ଏନେଇ ଟ୍ରଷ୍ଟର ଜଣେ ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସଂଗ୍ରହାଳୟ ନିର୍ମାଣ ପାଇଁ ପରାମର୍ଶଦାତା ଭାବେ ଦାୟିତ୍ବ ପ୍ରଫେସର ପୁଷ୍ପେଶ ପନ୍ତଙ୍କୁ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଅଯୋଧ୍ୟାରେ ବାବରି ମସ୍ଜିଦ ସମାନ ନିର୍ମାଣ ହେବ ଏକ ନୂଆ ମସ୍ଜିଦ: ଟ୍ରଷ୍ଟ - ଟ୍ରଷ୍ଟ
ସୁନ୍ନି ୱାକଫ୍ ବୋର୍ଡ ଦ୍ବାରା ଗଠିତ ଟ୍ରଷ୍ଟ ଅଯୋଧ୍ୟାର ଧନ୍ନିପୁରରେ ବାବରି ମସ୍ଜିଦ ଆକାରର ଆଉ ଏକ ମସଜିଦ୍ ତିଆରି କରିବ । 5 ଏକର ବିଶିଷ୍ଟ ଏହି ମସଜିଦ ପରିସରରେ ହସ୍ପିଟାଲ, ଲାଇବ୍ରେରୀ ଏବଂ ସଂଗ୍ରହାଳୟ ଇତ୍ୟାଦି ରହିବ ବୋଲି ଟ୍ରଷ୍ଟର ଜଣେ ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
![ଅଯୋଧ୍ୟାରେ ବାବରି ମସ୍ଜିଦ ସମାନ ନିର୍ମାଣ ହେବ ଏକ ନୂଆ ମସ୍ଜିଦ: ଟ୍ରଷ୍ଟ ଅଯୋଧ୍ୟାରେ ବାବରି ମସ୍ଜିଦ ସମାନ ନିର୍ମାଣ ହେବ ଏକ ନୂଆ ମସ୍ଜିଦ: ଟ୍ରଷ୍ଟ](https://etvbharatimages.akamaized.net/etvbharat/prod-images/768-512-11:28:25:1599371905-lll-0609newsroom-1599371885-336.jpg)
ଇଣ୍ଡୋ ଇସଲାମିକ୍ କଲଚର୍ ପାଉଣ୍ଡେସନର ସଚିବ ତଥା ମୁଖପାତ୍ର ଅଥର ହୁସେନ ଶନିବାର କହିଛନ୍ତି ଯେ, ଧାନ୍ନିପୁରରେ ଏହି ମସଜିଦ ନିର୍ମାଣ ହେବ । ଏହି ମସଜିଦ 15 ହଜାର ବର୍ଗଫୁଟରେ ଥିବାବେଳେ ବାକି ଅଞ୍ଚଳରେ ଅନ୍ୟାନ୍ୟ ସୁବିଧା ରହିବ । ଶୁକ୍ରବାର ଅବସରପ୍ରାପ୍ତ ପ୍ରଫେସର ପୁଷ୍ପେଶ ପନ୍ତ, ସଂଗ୍ରହାଳୟର ସଂଗ୍ରହାଧ୍ୟକ୍ଷ ହେବାକୁ ରାଜି ହୋଇଛନ୍ତି । ଏହାସହ ସେ କହିଛନ୍ତି ଜାମିଆ ମିଲିୟା ଇସ୍ଲାମିଆ ପ୍ରଫେସର ଏସ୍.ଏମ ଅଖତର ଏହି ପରିଯୋଜନାର ପରାମର୍ଶଦାତା ରହିବେ। ଅଯୋଧ୍ୟା ନିକଟ ଧନ୍ନିପୁରର ମସଜିଦ ପାଇଁ ରାଜ୍ୟ ସରକାର ପାଞ୍ଚ ଏକର ଜମି ପ୍ରଦାନ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କ୍ରମେ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍ ବୋର୍ଡକୁ ମସ୍ଜିଦ ନିର୍ମାଣ ପାଇଁ ଏହି ୫ ଏକର ଜମି ଦିଆଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟା ଜିଲ୍ଲା ମୁଖ୍ୟାଳୟଠାରୁ 18 କିଲୋମିଟର ଦୂରରେ ଥିବା ଧନ୍ନିପୁରର ତହସିଲ ସୋହାବଲର ଥାନା ରୌନାହି ନିକଟରେ ମସଜିଦ ପାଇଁ ପାଞ୍ଚ ଏକର ଜମି ବଣ୍ଟନ କରିଥିଲେ। ଅଖତରଙ୍କ ଅନୁସାରେ ମସ୍ଜିଦ ପରିସର ପୁରା ଭାରତୀୟତା ପୂର୍ଣ୍ଣ ହେବା ସହ ଇସ୍ଲାମ ଭାବନା ସହ ଜଡ଼ିତ ରହିବ। ମାନବଜାତିର ସେବା ଉଦେଶ୍ୟରେ ଏହାର ପରିସରକୁ ସଜାଯିବ ବୋଲି ଅଖତର କହିଛନ୍ତି । ଆଉ ଏହାର ମୌଳିକ ଉଦ୍ଦେଶ୍ୟ ହେଉଛି ଭାରତର ନୈତିକତା ଏବଂ ଇସଲାମର ଭାବନାକୁ ଏକାଠି କରିବା।