ସାନ ଫ୍ରାନସିସ୍କୋ: ଗତମାସରେ ଫେସବୁକ୍ ଏକ ଭିଡିଓ କନଫେରେନ୍ସିଂ ଟୁଲ ମେସେଞ୍ଜର ରୁମ୍ସ ବାହାର କରିଥିଲା । ଖବର ଅନୁସାରେ ଏବେ ଏହାକୁ ହ୍ବାଟ୍ସଆପରେ ଆଣିବାର ଯୋଜନା କରୁଛି ଫେସବୁକ୍ । ଏପରିକି ଏକ ଲାଟେଷ୍ଟ ଭର୍ସନରେ ଏହା ଅପଲୋଡ ହୋଇଥିବା ମଧ୍ୟ ଜଣାପଡିଛି ।
ୱାବେଟାଇନଫୋର ରିପୋର୍ଟ ଅନୁସାରେ ଆଣ୍ଡ୍ରଏଡ 2.20.163 ବେଟା ଅପଡେଟ ଭର୍ସନ ପାଇଁ ଫେସବୁକ ଏହି ଟୁଲ ଇନଷ୍ଟଲ କରିଛି । ଚାଟ୍ ଭିତରେ ସେୟାର ମେନୁ ଅପସନରେ ଏହି ରୁମ ଦେଖାଇବ । ଏହାଦ୍ବାରା ମେସେଞ୍ଜର ରୁମ କ୍ରିଏଟ ହେବା ସହ ଏଥିରେ ଥରକରେ 50 ଜଣ ଲୋକଙ୍କ ସହ ଗ୍ରୁପ ଭିଡିଓ କଲ ହୋଇପାରିବ । କୌଣସି ୟୁଜର ଏହି ରୁମରେ ଟାପ୍ କଲେ ଆପ୍ ଏକ ନୂଆ ଉଇଣ୍ଡୋ ଖୋଲିବ । ଏଥିରେ ଏହାକୁ ଚଲାଇବାର ଏକ ମେସେଜ ଆସିବ ।