ନୂଆଦିଲ୍ଲୀ: ତିନି ଥର 'ତଲାକ' କହି ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଦଣ୍ଡନୀୟ ଅପରାଧ ବିବେଚିତ କରୁଥିବା ଆଇନ୍କୁ ଶୁକ୍ରବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । କେରଳର ସୁନ୍ନି ସମ୍ପ୍ରଦାୟର ଏକ ମୁସଲିମ୍ ସଂଗଠନ ‘ସମସ୍ଥା କେରଳ ଜମାଇତୁଲ ଉଲେମା’ ତିନି ତଲାକ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ତିନି ତଲାକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ - ସୁପ୍ରିମ କୋର୍ଟ
ପତ୍ନୀଙ୍କୁ ତତ୍କାଳ ତିନି ତଲାକ କହି ଛାଡ଼ି ଦେଉଥିବା ମୁସଲିମ୍ ପୁରୁଷଙ୍କୁ ତିନି ବର୍ଷର ଦଣ୍ଡ ପ୍ରାବଧାନ ରହିଥିବା ନୂଆ ଆଇନକୁ ଶୁକ୍ରବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।
ଫାଇଲ ଫଟୋ
ଏହି ବିଲ୍ ସମ୍ବିଧାନର ଅନୁଚ୍ଛେଦ 14, 5 ଏବଂ 21 ର ଉଲଙ୍ଘନ କରୁଛି । ତେଣୁ ଏହାକୁ ଅସମ୍ବିଧାନିକ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛି ସଂଗଠନ । ସୂଚନାଯୋଗ୍ୟ ଯେ, ମୁସଲିମ ମହିଳା(ବିବାହ ଅଧିକାରୀ ସଂରକ୍ଷଣ) ବିଲ୍ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ମୋହର ଲଗାଇ ଆଇନରେ ପରିଣତ କରିଥିଲେ ।