ଓଡିଶା

odisha

ETV Bharat / bharat

‘ଆଜିଠୁ ଆରମ୍ଭ ବିକାଶର ନୂଆ ଅଧ୍ୟାୟ’ - new era of devlopment

ଆସ୍ଥା ଭୋଟରେ ବିଜେପି ସପକ୍ଷରେ ବହୁମତ । ସ୍ବାମୀ ସରକାରର ପତନ ପରେ ଶାସନ ଗାଦିରେ ବିଜେପି ବସିବା ସୁନିଶ୍ଚିତ । ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ରାଜ୍ଯ ବିଜେପି ମୁଖ୍ୟ ବି.ଏସ୍ ୟେଦୁରପ୍ପା । କହିଛନ୍ତି, ଆଜିଠୁ ଆରମ୍ଭ ହେଲା ରାଜ୍ୟ ବିକାଶର ନୂଆ ଅଧ୍ୟାୟ ।

ଫଟୋ ସୌଜନ୍ୟ: ଏଏନ୍ଆଇ

By

Published : Jul 23, 2019, 9:23 PM IST

ବେଙ୍ଗାଲୁର: ସରକାର ସମ୍ଭାଳିପାରିଲେନି ସ୍ବାମୀ । 21 ଦିନ ଧରି ଚାଲିଥିବା କର୍ଣ୍ଣାଟକ ନାଟକରେ ଆଜି ପଡ଼ିଛି ଯବନିକା । ବିଧାନସଭାରେ ବହୁମତ ସାବ୍ୟସ୍ତ କରିପାରିଲା ନାହିଁ କଂଗ୍ରେସ- ଜେଡ଼ିଏସ ମେଣ୍ଟ ସରକାର । ଆସ୍ଥା ଭୋଟରେ 99 ଭୋଟ କୁମାରସ୍ବାମୀ ପାଇଥିବା ବେଳେ ବିରୋଧି ବିଜେପି ପାଇଛି 105 । ତେଣୁ ସରକାର ଗଠନ କରିବାକୁ ଏକପ୍ରକାର ସକ୍ଷମ ହୋଇଛି ଦଳ।

‘ମୁଁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇ କହୁଛି,ଏବେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବ ’ । ଏହି ବିଜୟ ଗଣତନ୍ତ୍ରର ବିଜୟ ଏବଂ ରାଜ୍ୟବାସୀଙ୍କ ବିଜୟ ବୋଲି କହିଛନ୍ତି କର୍ଣ୍ଣାଟକ ବିଜେପି ମୁଖ୍ୟ ବି.ଏସ୍ ୟେଦୁରପ୍ପା । ଏହା ସହ ସେ କୃଷକମାନଙ୍କ ପାଇଁ କହିଛନ୍ତି, ଆଗାମୀ ଦିନରେ କୃଷକମାନଙ୍କ ସମସ୍ୟା ସମ୍ବନ୍ଧରେ ଅଧିକ ମହତ୍ତ୍ବ ଦେବି । ଯଥାଶୀଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି ୟେଦୁରପ୍ପା ସାମ୍ବାଦିକମାନଙ୍କୁ କହିଛନ୍ତି ।

ABOUT THE AUTHOR

...view details