ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ବିନୋଦ ନଗର ଅଞ୍ଚଳରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କ ନାମ ମମତା ବିବାହିତ କିନ୍ତୁ ଅନ୍ୟ ଜଣେ ଯୁବକଙ୍କ ସହ ଲିଭ୍-ଇନ୍ ରେ ରହୁଥିଲେ। ମମତାଙ୍କର ତାଙ୍କ ସ୍ୱାମୀଙ୍କ ସହ ଛାଡପତ୍ର ମାମଲା ଚାଲିଥିଲା । ମୃତ ମହିଳାଙ୍କର ଏକ ପୁଅ ମଧ୍ୟ ଅଛି ଯିଏ ବିନୋଦ ନାଗରରେ ତାଙ୍କ ଆଇ’ଙ୍କ ସହ ରୁହନ୍ତି।
ସୂଚନା ଅନୁଯାୟୀ, ରାତି ପ୍ରାୟ 10 ଟା ବେଳେ ମମତାଙ୍କ ପୁଅ ଯେତେବେଳେ ଖାଦ୍ୟ ନେଇ ମମତାଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ମା’ଙ୍କୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ମମତାଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ବ୍ରହ୍ମା ସିଂ ହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ ଏବଂ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।