ଓଡିଶା

odisha

By

Published : Aug 25, 2020, 7:54 AM IST

ETV Bharat / bharat

ଆଇଜିଆଇ ବିମାନ ବନ୍ଦରରୁ 505 ଗ୍ରାମ ସୁନା ଜବତ, ଜଣେ ଗିରଫ

ଆଇଜିଆଇ ବିମାନବନ୍ଦରର ଜଣେ ଯାତ୍ରୀଙ୍କ ଠାରୁ 23 ଲକ୍ଷ 99 ହଜାର ସୁନା ଜବତ କରିଛି। ଏହାସହ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି। ଯାତ୍ରୀ ଜଣକ ଫୋନ ପଛ ପଟେ ସୁନା ଲୁଚାଇ ନେଉଥିବା ବେଳେ ଧରାପଡିଥିଲେ।

ଆଇଜିଆଇ ବିମାନ ବନ୍ଦରରୁ 505 ଗ୍ରାମ ସୁନା ଜବତ, ଜଣେ ଗିରଫ
ଆଇଜିଆଇ ବିମାନ ବନ୍ଦରରୁ 505 ଗ୍ରାମ ସୁନା ଜବତ, ଜଣେ ଗିରଫ

ନୂଆଦିଲ୍ଲୀ: ବିମାନ ବନ୍ଦରରେ ସୁନା ଚୋରା ଚାଲାଣ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ବିଭିନ୍ନ ଉପାୟ ଓ ଅଭିନବ କୌଶଳକୁ ଆପଣେଇ ଚାଲାଣକାରୀ ମାନେ ଏହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ତେବେ ଆଇଜିଆଇ ବିମାନବନ୍ଦରରୁ ବହୁବାର ଏପରି ଘଟଣା ସାମ୍ନାକୁ ଆସୁଛି।

ତେବେ ମଙ୍ଗଳବାର ବିମାନ ବନ୍ଦରରେ କଷ୍ଟମ୍ସ ବିଭାଗର ଟିମ୍ ଦୁବାଇରୁ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ 23 ଲକ୍ଷ 99 ହଜାର ସୁନା ଜବତ କରିଛି। ଏହାସହ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି।

ଆଇଜିଆଇ ବିମାନ ବନ୍ଦରରୁ 505 ଗ୍ରାମ ସୁନା ଜବତ, ଜଣେ ଗିରଫ

କଷ୍ଟମ୍ ବିଭାଗ ପାଖରୁ ବର୍ତ୍ତିବା ପାଇଁ ଯାତ୍ରୀ ଜଣକ ଟଏଲେଟ୍ ଡଷ୍ଟବିନରେ ମୋବାଇଲ୍ ଫୋନ୍ ଭର୍ତ୍ତି କରିଥିଲା। କଷ୍ଟମ ମୁଖପାତ୍ରଙ୍କ ଅନୁଯାୟୀ ଯାତ୍ରୀ ଜଣକ ମୋବାଇଲ୍ ଫୋନର ବ୍ୟାଟେରୀ ଅଂଶରେ ସୁନା ଲୁଚାଉଥିଲେ। ଯେତେବେଳେ ତାଙ୍କ ସାଥୀ ସେଠାରେ ପହଞ୍ଚି ଫୋନ୍ ଉଠାଇବାକୁ ପହଞ୍ଚିଲେ, କଷ୍ଟମ୍ ଅଧିକାରୀମାନେ ଏହାର ସୁରାକ ପାଇବା ସହ ସନ୍ଦେହ କରିଥିଲେ।

ଆଇଜିଆଇ ବିମାନ ବନ୍ଦରରୁ 505 ଗ୍ରାମ ସୁନା ଜବତ, ଜଣେ ଗିରଫ

ଏହା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ୍ ଫୋନ୍ ନେଇ ଯାତ୍ରୀଙ୍କୁ କାବୁ କରିଥିଲେ। ଫୋନ୍ ଯାଞ୍ଚ ବେଳେ କଷ୍ଟମ୍ ଅଧିକାରୀମାନେ ଏଥିରୁ 505 ଗ୍ରାମ ସୁନା ଉଦ୍ଧାର କରିଥିଲେ। ଯାହାର ମୋଟ ମୂଲ୍ୟ 23 ଲକ୍ଷ 99 ହଜାର କୁହାଯାଉଛି।

ଘଟଣାର ଅନୁସନ୍ଧାନ ସମୟରେ ଯାତ୍ରୀ ସୁନା ସମ୍ବନ୍ଧରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। କଷ୍ଟମ ଅଧିକାରୀ 1962 ମସିହାରେ କଷ୍ଟମ ଆକ୍ଟ 110 ର ଧାରା ଅନୁଯାୟୀ ଉଦ୍ଧାର ହୋଇଥିବା ସୁନାକୁ ଜବତ କରିଛନ୍ତି। ଧାରା 104 ଅନୁଯାୟୀ ଯାତ୍ରୀଙ୍କୁ ଗିରଫ କରିଥିବା କହିଛନ୍ତି।

ABOUT THE AUTHOR

...view details