ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ସିଏଏ ହିଂସା, ପୋଲିସର ବରିଷ୍ଠ ଅଧିକାରୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ଆଦେଶ - ସିଏଏ ହିଂସାକାଣ୍ଡରେ ଦିଲ୍ଲୀ ହାଇକୋର୍ଟର ଶୁଣାଣି

ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟର ଡିଭିଜନ ବେଞ୍ଚ ଏହି ମାମଲାରେ ପୋଲିସର ବରିଷ୍ଠ ଅଧିକାରୀ କୋର୍ଟରେ ଉପସ୍ଥିତ ରହିବାକୁ ଆଦେଶ ଦେଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୋଲିସର ବରିଷ୍ଠ ଅଧିକାରୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ଆଦେଶ
ପୋଲିସର ବରିଷ୍ଠ ଅଧିକାରୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ଆଦେଶ

By

Published : Feb 26, 2020, 12:43 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀର ମୌଜପୁର, ଜାଫରାବାଦ ଏବଂ ଆଖପାଖ ଅନ୍ୟ ଅଞ୍ଚଳରେ ସିଏଏକୁ ବିରୋଧ କରି ପ୍ରଦର୍ଶନ କରାଯାଇଥିଲା । ଫଳରେ ଏଠାରେ ହୋଇଥିବା ହିଂସାକାଣ୍ଡର ଶୁଣାଣି କରି ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ହାଇକୋର୍ଟର ଡିଭିଜନ ବେଞ୍ଚ ଏହି ମାମଲାରେ ଆଜି ପୁଣି ଦିନ ସାଢେ 12ଟା ରେ ଶୁଣାଣି କରିବେ । କୋର୍ଟ କହିବା ଅନୁସାରେ ସାଢେ 12 ଟା ବେଳେ ଶୁଣାଣିବେଳେ ପୋଲିସର ବରିଷ୍ଠ ଅଧିକାରୀ କୋର୍ଟରେ ଉପସ୍ଥିତି ରହିବେ ।

ପୋଲିସର ବରିଷ୍ଠ ଅଧିକାରୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ଆଦେଶ

ହର୍ଷ ମାନ୍ଦର ନ୍ୟାୟ ଯାଚିକା ଦାୟର କରିଛନ୍ତି । ମୃତକଙ୍କ ପରିବାରକୁ ଉଚିତ ନ୍ୟାୟ ଏବଂ ଉପଯୁକ୍ତ ଯାଞ୍ଚ କରାଯାଉ ବୋଲି ନ୍ୟାୟ ଯାଚିକା ଦାଏର କରାଯାଇଛି । ଏହାସହ ଏହି ମାମଲାରେ ସମ୍ପୃକ୍ତି ରାଜନେତା ତଥା ଯେଉଁ ନେତା ଉସୁକାଉଥିବା ଭଳି ଭାଷଣ ଦେଇଛନ୍ତି ସେମାନଙ୍କ ଗିରଫଦାରୀ ପାଇଁ ମଧ୍ୟ ଦାବି କରାଯାଇଛି । ସେହିପରି କେନ୍ଦ୍ରସରକାର ଦିଲ୍ଲୀରେ ଆଇନ ବ୍ୟବସ୍ଥା ଶୃଙ୍ଖଳା ରଖିବା ପାଇଁ ପର୍ଯ୍ୟାପ୍ତ ପୋଲିସ ପ୍ଲାଟୁନ ଫୋର୍ସର ମଧ୍ୟ ଦାବି କରାଯାଇଛି । ଏହାସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାର ଦାବି କରାଯାଇଛି ।

ଯାଚିକାରେ ମୃତକ ଏବଂ ଆହତଙ୍କ ସିସିଟିଭି ଫୁଟେଜ ସଂରକ୍ଷଣ, ମହିଳା ଏବଂ ପିଲାଙ୍କ ସୁରକ୍ଷା, ଗିରଫଦାରୀଙ୍କ ଆଇନ ସହାୟତା ଆଦି ଦାବି କରାଯାଇଛି । ଏହି ଯାଚିକାରେ କପିଲ ମିଶ୍ର, ଅନୁରାଗ ଠାକୁର, ପରବେଶ ବର୍ମା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସୂଚନା ଥାଉକି ସିଏଏ ହିଂସାରେ ଏପର୍ଯ୍ୟନ୍ତ 13 ଜଣଙ୍କର ମୃତ୍ୟୁ ଘଟିସାରିଛି । କିଛି ଅଞ୍ଚଳରେ ଧାରା 144 ମଧ୍ୟ ଲାଗୁ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details