ଓଡିଶା

odisha

ETV Bharat / bharat

ଗ୍ରେଟର ନୋଏଡାର ବାୟୁ ଅଧିକମାତ୍ରାରେ ପ୍ରଦୂଷିତ - ନୋଏଡା ଓ ଗ୍ରେଟର ନୋଏଡା ଅଧିକମାତ୍ରାରେ ପ୍ରଦୂଷିତ

ଦିନକୁ ଦିନ ବିଗୁଡୁଛି ଦିଲ୍ଲୀ ବାୟୁ । ଦିଲ୍ଲୀବାସୀଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପଡିଛି ବିଷ ବଳୟ । ନୋଏଡା ଏବଂ ଗ୍ରେଟର ନୋଏଡାରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ରହିଛି । ଅଧିକ ପଢନ୍ତୁ...

ନୋଏଡା ଓ ଗ୍ରେଟର ନୋଏଡା ଅଧିକମାତ୍ରାରେ ପ୍ରଦୂଷିତ
ନୋଏଡା ଓ ଗ୍ରେଟର ନୋଏଡା ଅଧିକମାତ୍ରାରେ ପ୍ରଦୂଷିତ

By

Published : Nov 10, 2020, 1:01 PM IST

ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ଦିଲ୍ଲୀ ବାୟୁ । ଦିଲ୍ଲୀବାସୀଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପଡିଛି ବିଷ ବଳୟ । ଦିଲ୍ଲୀରେ ଏବେ ସବୁଠୁ ପ୍ରଦୂଷିତ ସ୍ଥାନ ହେଉଛି ନୋଏଡା ଓ ଗ୍ରେଟର ନୋଏଡା ।

ଅନେକ ପ୍ରତିବନ୍ଧକ ସତ୍ବେ ବାୟୁ ଗୁଣବତ୍ତା ସୂଚକାଙ୍କ ବଢିବାରେ ଲାଗିଛି । ଦିନକୁ ଦିନ ବାୟୁ ବିଷାକ୍ତ ହେବାରେ ଲାଗିଛି ଯାହା ସହରବାସୀଙ୍କୁ ବହୁ ଅସୁବିଧାରେ ପକାଉଛି । କଟକଣା ପରେ ବି ଆବର୍ଜନା ଜାଳିବା ବନ୍ଦ ହେଉନି । ତେବେ ନିର୍ମାଣ ସ୍ଥଳରେ ଜିଆରଏପି (ଗ୍ରେଡଡ୍ ରେସପନ୍ସ ଆକ୍ସନ ପ୍ଲାନ୍) ଚଢାଉ ଜାରି ରଖିଛି । ନୋଏଡା ଏବଂ ଗ୍ରେଟର ନୋଏଡାରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ରହିଛି ।

ନୋଏଡା ଓ ଗ୍ରେଟର ନୋଏଡା ଅଧିକମାତ୍ରାରେ ପ୍ରଦୂଷିତ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରମ ବୋର୍ଡର ସୂଚନା ଅନୁସାରେ ଗ୍ରେଟର ନୋଏଡାର ଏକ୍ୟୁଆଇମାନ 470ଥିବା ବେଳେ ନୋଏଡାରେ 498 ଅତିକ୍ରମ କରିସାରିଛି । ନୋଏଡାରେ 4ଟି ସେକ୍ଟରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର ରହିଛି । ସେକ୍ଟର 62 ଷ୍ଟେସନର ଏକ୍ୟୁଆଇ 482, ସେକ୍ଟର 125ରେ 127 ରେକର୍ଡ ହୋଇଥିବା ବେଳେ ଏବଂ ସେକ୍ଟର 116 ରେ 499 ଏକ୍ୟୁଆଇ ରେକର୍ଡ ହୋଇଛି । ତେବେ ପ୍ରଦୂଷଣର ମାତ୍ରା ଲଗାତାର ବଢୁଥିବାରୁ ରେଡ୍ ୱାର୍ଣିଂ ଜାରି ହୋଇଛି ।

ଗ୍ରେଟର ନୋଏଡାର ବହୁ ସଂଖ୍ୟକ ଶିଳ୍ପ ୟୁନିଟ୍ ଏବଂ ନିର୍ମାଣ ସ୍ଥାନ ରହିଥିବା ଫଳରେ ସେଠାରେ ପ୍ରଦୂଷଣର ମାତ୍ରା ବଢିଛି । ଏଭଳି ପରିସ୍ଥିତିରେ କର୍ତ୍ତୃପକ୍ଷଙ୍କୁ ପ୍ରଦୂଷଣର ମାତ୍ରା କମାଇବାକୁ ନିୟମର କଡାକଡି ପାଳନ କରିବାକୁ ପଡିବ । ପ୍ରଦୂଷଣ ବିରୋଧରେ ଲଢେଇ ପାଇଁ ଡିଏମ୍ ସମସ୍ତ ନାଗରିକଙ୍କ ସମର୍ଥନ ଲୋଡିଛନ୍ତି ।

ବିୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details