ଓଡିଶା

odisha

ETV Bharat / bharat

ଲକଡାଉନରେ NMRCର କୋଟି କୋଟି କ୍ଷତି, ଖର୍ଚ୍ଚ କାଟିବାକୁ ପ୍ରସ୍ତୁତି - ଲକଡାଉନରେ NMRCର କୋଟି କୋଟି କ୍ଷତି

କୋରୋନା ସଙ୍କଟ କାରଣରୁ ନୋଏଡା ମେଟ୍ରୋ ରେଳ ନିଗମ ଗତ 5 ମାସ ଧରି ବନ୍ଦ ରହିଛି । ତେବେ କ୍ଷତିର ଭାର ହ୍ରାସ କରିବାକୁ ନୋଏଡା ମେଟ୍ରୋ ରେଳ ନିଗମ ଲିମିଟେଡ୍ ଖର୍ଚ୍ଚ କାଟିବାକୁ ପ୍ରସ୍ତୁତ ହେଉଛି ଏବଂ ଖର୍ଚ୍ଚ କାଟର ସମୀକ୍ଷା ପାଇଁ ଏକ କମିଟି ଗଠନ କରିବାକୁ ଯାଉଛି । ଅଧିକ ପଢନ୍ତୁ...

ଲକଡାଉନରେ NMRCର କୋଟି କୋଟି କ୍ଷତି, ଖର୍ଚ୍ଚ କାଟିବାକୁ ପ୍ରସ୍ତୁତି
ଲକଡାଉନରେ NMRCର କୋଟି କୋଟି କ୍ଷତି, ଖର୍ଚ୍ଚ କାଟିବାକୁ ପ୍ରସ୍ତୁତି

By

Published : Aug 26, 2020, 4:58 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ କାରଣରୁ ନୋଏଡା ମେଟ୍ରୋ ରେଳ ନିଗମ ଗତ 5 ମାସ ଧରି ବନ୍ଦ ରହିଛି । ତେବେ କ୍ଷତିର ଭାର ହ୍ରାସ କରିବାକୁ ନୋଏଡା ମେଟ୍ରୋ ରେଳ ନିଗମ ଲିମିଟେଡ୍ ଖର୍ଚ୍ଚ କାଟିବାକୁ ପ୍ରସ୍ତୁତ ହେଉଛି ଏବଂ ଖର୍ଚ୍ଚ କାଟର ସମୀକ୍ଷା ପାଇଁ ଏକ କମିଟି ଗଠନ କରିବାକୁ ଯାଉଛି । କମିଟି ରିପୋର୍ଟକୁ ଆଧାର କରି ଖର୍ଚ୍ଚ କମେଇବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ମାର୍ଚ୍ଚ 22ରୁ NMRC ର ସମସ୍ତ ସେବା ବନ୍ଦ ରହିଥିଲା । ଏହି ସମୟ ମଧ୍ୟରେ ମେଟ୍ରୋ ଦୈନିକ ପ୍ରାୟ 7 ଲକ୍ଷ ଟଙ୍କା ରାଜସ୍ୱ ହରାଉଛି ।

ରୋଜଗାର ଶୂନ ଥିବାବେଳେ ଖର୍ଚ୍ଚ ଅକ୍ଷୁର୍ଣ୍ଣ ରହିଛି । ମେଟ୍ରୋର ରକ୍ଷଣାବେକ୍ଷଣ ଖର୍ଚ୍ଚ ପୂର୍ବ ପରି ସମାନ । ଏହା ବ୍ୟତୀତ କର୍ମଚାରୀଙ୍କୁ ଦରମା ମଧ୍ୟ ଦିଆଯାଉଛି। ଏନେଇ NMRC କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ନୋଏଡା ଏବଂ ଗ୍ରେଟର ନୋଏଡା କର୍ତ୍ତୃପକ୍ଷଙ୍କ ବ୍ୟତୀତ ଏହି ଖର୍ଚ୍ଚ କେନ୍ଦ୍ର ଏବଂ ରାଜ୍ୟ ସରକାର ବହନ କରନ୍ତି । କୋରୋନା ସମୟରେ ଆୟ ଶୂନ ଥିବାବେଳେ ଖର୍ଚ୍ଚ କିନ୍ତୁ ହ୍ରାସ ହେଉନାହିଁ । ଏଭଳି ପରିସ୍ଥିତିରେ ନୋଏଡା ମେଟ୍ରୋ ରେଳ ନିଗମ ଏମଡି ରିତୁ ମହେଶ୍ୱରୀ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସେହି ଆଧାରରେ ଯୋଜନା କରି ଖର୍ଚ୍ଚ କଟାଯିବ।

ଅନଲକ୍-4 ସେପ୍ଟେମ୍ବରରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଅନଲକ୍-4ରେ ଆକ୍ୱା ଲାଇନ୍ ମେଟ୍ରୋ ସେବା ସମ୍ପର୍କରେ ସରକାରଙ୍କ ଦ୍ୱାରା ଆଲୋଚନା ହୋଇଛି। NMRC ଆଶା କରୁଛି ଯେ ଖୁବ ଶୀଘ୍ର ମେଟ୍ରୋ ଚଳାଇବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ନିଷ୍ପତ୍ତି ନେବେ, ଯାଦ୍ବାରା ସିଷ୍ଟମ ପୁଣିଥରେ ପୂର୍ବପରି ଫେରିପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details