ଓଡିଶା

odisha

ETV Bharat / bharat

ଜେଏନୟୁ ଛାତ୍ର ବିବାଦ: ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା - JNU students protest

ଜେଏନୟୁରେ ଫିସ୍ ବୃଦ୍ଧିକୁ ନେଇ ଜାରି ରହିଛି ବିବାଦ । ଛାତ୍ର ସଂଗଠନ ବ୍ୟାନର ଧରି ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା । ଆଗକୁ ପଢନ୍ତୁ...

new delhi- JNU students
ଜେଏନୟୁ ଛାତ୍ର ବିବାଦ

By

Published : Dec 9, 2019, 1:01 PM IST

ନୂଆଦିଲ୍ଲୀ: ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରେ ହଷ୍ଟେଲ ଫିସ୍ ବୃଦ୍ଧିକୁ ନେଇ ଦୀର୍ଘ ମାସେ ହେବ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି । ସୋମବାର ଜେଏନୟୁ ଛାତ୍ର ସଂଘ ପକ୍ଷରୁ ବ୍ୟାନର ଧରି ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରିବେ । ଏହାକୁ ଦୃଷ୍ଟିରେ ରଖି ଜେଏନୟୁର ସମସ୍ତ ଗେଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ ବାବା ଗଙ୍ଗନାଥ ରୋଡକୁ ଟ୍ରାଫିକ୍ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ଜେଏନୟୁ ଛାତ୍ର ବିବାଦ


ଛାତ୍ରଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହାସହ ବିଶ୍ବବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏକ ପାୱର କମିଟି ମଧ୍ୟ ଗଠନ କରାଯାଇଛି । କିନ୍ତୁ ମାମଲା ଶାନ୍ତ ହେବା ବଦଳରେ ବିଗିଡିବା ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମତରେ ହଷ୍ଟେଲ ଫିସକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ଗୋଟେପଟେ ଛାତ୍ର ନିଜ ଅଧିକାର ପାଇଁ ଲଢେଇ କରୁଥିବା ବେଳେ, ସେପଟେ ଜେଏନୟୁର ଅଧ୍ୟାପକ ପିଲାଙ୍କ ଭବିଷ୍ୟତ ପାଇଁ ଧାରଣାରେ ବସିଛନ୍ତି । ଡିସେମ୍ବର 12ରେ ହେବାକୁ ଥିବା ପରୀକ୍ଷାକୁ ରବ୍ଦ ନକରିବାକୁ ଅନୁରୋଧ କରିଛନ୍ତି ଅଧ୍ୟାପକ ସଂଘ ।

ତେବେ ଏହା ପୂର୍ବରୁ ଛାତ୍ରଛାତ୍ରୀମାନେ ସଂସଦ ଘେରାଉ କରିବାକୁ ପ୍ରୟାସ କରିଥିଲେ । ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ଅଟକାଇବା ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ ଥିଲେ । କିନ୍ତୁ 5ଟି ବ୍ୟାରିକେଟ ଭାଙ୍ଗି ଶେଷରେ ସଫଦରଜଙ୍ଗ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ ।

ABOUT THE AUTHOR

...view details