ଓଡିଶା

odisha

ETV Bharat / bharat

'ଜାମିଆ ହିଂସାକାଣ୍ଡ ପାଇଁ ବିଜେପି ନେତା ଦାୟୀ' - ଜାମିଆର ପୂର୍ବତନ ଛାତ୍ର ସଂଘ

ପ୍ରଦର୍ଶନ ବେଳେ ଜାମିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ହିଂସାକାଣ୍ଡ ପାଇଁ ବିଜେପି ନେତାଙ୍କୁ ଦାୟୀ କରିଛି ଜାମିଆର ପୂର୍ବତନ ଛାତ୍ରନେତା । ଏନେଇ ସେ ବିଜେପି ନେତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ...

Jamia Alumni Association
ଜାମିଆର ପୂର୍ବତନ ଛାତ୍ର ସଂଘ

By

Published : Feb 1, 2020, 3:24 PM IST

ନୂଆଦିଲ୍ଲୀ: ପ୍ରଦର୍ଶନ ବେଳେ ଜାମିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ହିଂସାକାଣ୍ଡ ପାଇଁ ବିଜେପି ନେତାଙ୍କୁ ଦାୟୀ କରିଛନ୍ତି ଜାମିଆର ପୂର୍ବତନ ଛାତ୍ରସଂଘ ନେତା । ଏହା ବିଜେପି ନେତାଙ୍କ ଦ୍ବାରା ଦିଆଯାଉଥିବା ହିଂସାତ୍ମକ ଭାଷଣର ପରିଣାମ ବୋଲି ପୂର୍ବତନ ଅଧ୍ୟକ୍ଷ ଶିଫା ଉର ରେହମାନ କହିଛନ୍ତି । ଏନେଇ ସେ ବିଜେପି ନେତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି ।

ରେହମାନ ପୋଲିସ ଉପରେ ମଧ୍ୟ ପକ୍ଷପାତ କରିବାର ଅଭିଯୋଗ ଲଗାଇ କହିଛନ୍ତି ଯେ, ଛାତ୍ର ପ୍ରଦର୍ଶନ କରିବା ସମୟରେ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଠିକ ସମୟରେ ପହଞ୍ଚିଯାଇଥିଲା । ଏହି ଛାତ୍ରଙ୍କ ଉପରେ ଯେତେବେଳେ ଆକ୍ରମଣ ହେଲା ପୋଲିସ ସେତେବେଳେ ମୁକଦର୍ଶକ ସାଜିଥିଲା । ଆକ୍ରମଣକାରୀ ବ୍ୟତୀତ ହିସାତ୍ମକ ଭାଷଣ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ବିଜେପି ସାଂସଦ ପ୍ରବେଶ ବର୍ମା ଏବଂ ବିଜେପି ନେତା କପିଲ ମିଶ୍ରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସେ।

ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ଗତ ଗୁରୁବାର ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଏନଆରସି ବିରୋଧରେ ଛାତ୍ରଛାତ୍ରୀ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଜଣେ ବନ୍ଧୁକଧାରୀ ସେଠାରେ ପହଞ୍ଚିଥିଲା ଏବଂ ପ୍ରଦର୍ଶନକାରୀଙ୍କ ଉପରେ 'ୟେ ଲୋ ଆଜାଦି' କହି ଗୁଳି ଚଳାଇଥିଲା । ଏଥିରେ ଜାମିଆର ଜଣେ ଛାତ୍ର ଆହତ ହୋଇଥିଲେ ।

ABOUT THE AUTHOR

...view details