ଓଡିଶା

odisha

ETV Bharat / bharat

ଜେଏନୟୁ ବିବାଦ: ଘରେ ବସି ପରୀକ୍ଷା ଦେବେ ଛାତ୍ରଛାତ୍ରୀ - New decision of JNU administration,

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ । ଏହାକୁ ଧ୍ୟାନରେ ରଖି ଜେଏନୟୁ ପ୍ରଶାସନ ସେମିଷ୍ଟର ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ଘରୁ ପରିଚାଳିତ କରିବେ ।

New decision of JNU administration
ଘରେ ବସି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

By

Published : Dec 17, 2019, 2:45 PM IST

ନୂଆଦିଲ୍ଲୀ: ପରୀକ୍ଷା ପାଇଁ ବିକଳ୍ପ ରାସ୍ତା ବାଛିଲେ ଜେଏନୟୁ ପ୍ରଶାସନ । ଡିସେମ୍ବର 2-20 ତାରିଖ ଯାଏଁ ହେବାକୁ ଥିବା ପରୀକ୍ଷା ଡିସେମ୍ବର 22ରୁ ଆରମ୍ଭ ହେବ । ଘରେ ବସି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଛାତ୍ର ଫଳାଫଳ ଖରାପ ନହେଉ ଓ ଗୋଟେ ବର୍ଷ ବରବାଦ ନହେବା ପାଇଁ ଏହି ଆୟୋଜନ କରାଯାଇଛି । ଏଥିପାଇଁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଘରୁ ନିଆଯିବ । ଏହାକୁ ନେଇ ଜେଏନୟୁର ରେଜିଷ୍ଟ୍ରାର ପ୍ରମୋଦ କୁମାର, ମାନବ ସମ୍ବଳ ବିଭାଗକୁ ଏକ ରିପୋର୍ଟ ପଠାଇଛନ୍ତି ।

ଘରେ ବସି ପରୀକ୍ଷା ଦେବେ ଛାତ୍ରଛାତ୍ରୀ


ରିପୋର୍ଟରେ କୁହାଯାଇଛି ଯେ, ସ୍କୁଲ ଅଫ୍ ସୋସିଆଲ ସାଇନ୍ସ, ଇଣ୍ଟରନ୍ୟାସନାଲ ଷ୍ଟଡି, ଆର୍ଟ୍ସ ଆଣ୍ଡ ଏଇସ୍ଥେଟିକ, ସ୍କୁଲ ଅଫ୍ ଲାନଗୁଏଜ୍ ଆଦି ଛାତ୍ରଛାତ୍ରୀ ଆନ୍ଦୋଳନ କାରଣରୁ ପରୀକ୍ଷା ଦେବା ପାଇଁ ବଞ୍ଚିତ ଅଛନ୍ତି । ତେଣୁ ଏପରି ଉପାୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ତେବେ ପରୀକ୍ଷା ପରିଚାଳନା କରିବା ପାଇଁ ଆଗୁଆ ଛାତ୍ରଛାତ୍ରୀଙ୍କୁ ପ୍ରଣାଳୀ କୁହାଯାଇଛି । ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ଇ-ମେଲ୍ ଜରିଆରେ ପ୍ରଶ୍ନପତ୍ର ପଠାଇବେ । ଏହାପରେ ଛାତ୍ରଛାତ୍ରୀ ଇ-ମେଲ ଜରିଆରେ ଉତ୍ତର ପଠାଇବେ । ଏହି ଉପାୟ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ବର୍ଷକୁ ଖରାପ କରିବାରୁ ରୋକିବ । କିନ୍ତୁ ଜେଏନୟୁ ଅଧ୍ୟାପକ ସଂଘ ଏହାକୁ ବିରୋଧ କରୁଛନ୍ତି ଓ ଏପରି କରିବା ଦ୍ବାରା ଏକାଡେମୀର ହତ୍ୟା ହେବ ।

For All Latest Updates

ABOUT THE AUTHOR

...view details