ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ଗତ ମାସ 24-25 ତାରିଖରେ ହିଂସା କାରଣରୁ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାରେ ଦେଇପାରି ନଥିବା ଛାତ୍ରାଛାତ୍ରୀକୁ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ଦେଇଛି ବୋର୍ଡ । ମାର୍ଚ୍ଚ 21ରୁ ପରୀକ୍ଷା କାର୍ଯ୍ୟସୂଚୀ ସ୍ତିରୀକୃତ ହୋଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦିଲ୍ଲୀ ଦଙ୍ଗା କାରଣରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଫେବୃଆରୀ 26 ରୁ ମାର୍ଚ୍ଚ ମଧ୍ୟରେ ଉତ୍ତର-ପୂର୍ବ ଏବଂ ପୂର୍ବ ଦିଲ୍ଲୀର କିଛି ଅଞ୍ଚଳରେ ପରୀକ୍ଷା ସ୍ଥଗିତ ରଖିଥିଲା ।
ସିବିଏସ୍ଇ ପରୀକ୍ଷା କଣ୍ଟ୍ରୋଲର ସାନିଆମ୍ ଭରଦ୍ବାଜ କହିଛନ୍ତି ଯେ ଉତ୍ତର-ପୂର୍ବ ଦିଲ୍ଲୀର ସମସ୍ତ କେନ୍ଦ୍ର ଏବଂ ପୂର୍ବ ଦିଲ୍ଲୀର ପ୍ରଭାବିତ ଅଞ୍ଚଳରେ ମାର୍ଚ୍ଚ 21 ରେ ଇଂରାଜୀ ପରୀକ୍ଷା ହେବ । ଫେବୃଆରୀ 28 ରେ ହୋଇଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମଧ୍ୟ ବର୍ତ୍ତମାନ ମାର୍ଚ୍ଚ 28 ରେ ହେବ । ଫେବୃଆରୀ 29ରେ ହେବାକୁ ଥିବା ହିନ୍ଦୀ ପାଇଁ ପରୀକ୍ଷା ମାର୍ଚ୍ଚ 30 ରେ ପୁନର୍ବାର ଅନୁଷ୍ଠିତ ହେବ । ଦଶମ ଶ୍ରେଣୀର ମ୍ୟୁଜିକ ପରୀକ୍ଷା ବର୍ତ୍ତମାନ ମାର୍ଚ୍ଚ 26 ରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।
ସେହିଭଳି 10ମ ଶ୍ରେଣୀ ସାଇନ୍ସ ପରୀକ୍ଷା ମାର୍ଚ୍ଚ 24 ରେ ହେବ | ବିଜନେସ ଏଲିମେଣ୍ଟ ପେପର 23 ମାର୍ଚ୍ଚରେ ହେବ | ମାର୍ଚ୍ଚ 27 ରେ ଦଶମ ଶ୍ରେଣୀ ସଂସ୍କୃତର ପରୀକ୍ଷା ଅନୁଷ୍ଠିତ ହେବ ।ସିବିଏସ୍ଇ ଆଦେଶ ଅନୁଯାୟୀ, ଉତ୍ତର-ପୂର୍ବ ଦିଲ୍ଲୀର ଛାତ୍ରମାନେ ମାର୍ଚ୍ଚ 2 ରେ ଅନୁଷ୍ଠିତ ହୋଇଥିବା ଦ୍ବାଦଶ ଶ୍ରେଣୀ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ଯେଉଁମାନେ ଉପସ୍ଥିତ ହୋଇପାରି ନଥିଲେ ସେମାନେ ମାର୍ଚ୍ଚ 31ରେ ପୁନର୍ବାର ପରୀକ୍ଷା ଦେଇପାରିବେ ।
ଏଥି ସହିତ, ହିଂସା ପ୍ରଭାବିତ ଅଞ୍ଚଳର ଯେଉଁ ଛାତ୍ରମାନେ ଫେବୃଆରୀ 27 ରେ ଦ୍ବାଦଶ ଶ୍ରେଣୀ ଇଂରାଜୀ ପରୀକ୍ଷା ଦେଇପାରିନଥିଲେ ସେମାନେ ଏପ୍ରିଲ 1 ରେ ପରୀକ୍ଷା ଦେବେ । ଫେବୃଆରୀ 26 ରେ ଦ୍ବାଦଶ ଶ୍ରେଣୀର ୱେବ୍ ଆପ୍ଲିକେସନ ପରୀକ୍ଷା ଏପ୍ରିଲ୍ 3 ରେ ଅନୁଷ୍ଠିତ ହେବ | ମାର୍ଚ୍ଚ 7 ରେ ଅନୁଷ୍ଠିତ 12 ଶ୍ରେଣୀ ରସାୟନ ବିଜ୍ଞାନ ପରୀକ୍ଷା ବର୍ତ୍ତମାନ ଏପ୍ରିଲ୍ 4 ରେ ଉତ୍ତର-ପୂର୍ବ ଦିଲ୍ଲୀରେ ଅନୁଷ୍ଠିତ ହେବ |