ଓଡିଶା

odisha

ETV Bharat / bharat

ଆଣ୍ଟିଭାଇରାଲ ଔଷଧ ଫାଭିପିରାଭିର ଲଞ୍ଚ କଲା ବିଡିଆର, ମୂଲ୍ୟ 63 ଟଙ୍କା - ଫାଭିପିରାଭିର

ଡ୍ରଗ୍ ଫାର୍ମ ବିଡିଆର ଫାର୍ମାସ୍ୟୁଟିକାଲ୍ସ ବୁଧବାର କହିଛି ଯେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ଫାଭିପିରାଭିର ଲଞ୍ଚ କରିଛି । ଯାହାର ଭାରତରେ ଟ୍ୟାବଲେଟ୍ ପିଛା ମୂଲ୍ୟ 63 ଟଙ୍କା ରହିଛି ।

favipiravir
ଆଣ୍ଟିଭାଇରାଲ ଔଷଧ ଫାଭିପିରାଭିର ଲଞ୍ଚ କଲା ବିଡିଆର

By

Published : Aug 5, 2020, 4:08 PM IST

ନୂଆଦିଲ୍ଲୀ: ଡ୍ରଗ୍ ଫାର୍ମ ବିଡିଆର ଫାର୍ମାସ୍ୟୁଟିକାଲ୍ସ ବୁଧବାର କହିଛି ଯେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ଫାଭିପିରାଭିର ଲଞ୍ଚ କରିଛି । ଯାହାର ଭାରତରେ ଟ୍ୟାବଲେଟ୍ ପିଛା ମୂଲ୍ୟ 63 ଟଙ୍କା ରହିଛି ।

ବିଡିଆର ଫାର୍ମାସ୍ୟୁଟିକାଲ୍ସ ଏକ ବିବୃତ୍ତିରେ କହିଛି, ଆମ କମ୍ପାନୀ ଏକ ରୋଗୀ ସହାୟତା କାର୍ଯ୍ୟକ୍ରମ ମଧ୍ୟ ଆଣିବାକୁ ଯାଉଛି । ଯେଉଁଥିରେ ସେହି ରୋଗୀ ଏବଂ ଅନୁଷ୍ଠାନଗୁଡିକୁ ଅନୁମତି ଦିଆଯିବ । ଯେଉଁମାନଙ୍କ ପାଖରେ ସବସିଡି ଦରରେ ଔଷଧ କିଣିବାକୁ ସିମୀତ ସମ୍ବଳ ଥିବ ।

ବିଡିଆର ଫାର୍ମକୁ କୋରୋନାର ସାମାନ୍ୟରୁ ମଧ୍ୟମ ଲକ୍ଷଣ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଫାଭିପିରାଭିର ଉତ୍ପାଦନ ପାଇଁ ଡିସିଜିଆଇ ପକ୍ଷରୁ ଅନୁମୋଦନ ମିଳିଛି । ଏହି ଔଷଧ ବିଡିଏଫଏଭିଆଇ ବ୍ରାଣ୍ଡ ନାମରେ ଲଞ୍ଚ କରାଯାଇଛି।

ବିଡିଆର ଫାର୍ମାସ୍ୟୁଟିକାଲ୍ସ ସିଏମଡି ଧର୍ମେଶ ଶାହା କହିଛନ୍ତି, ଏହି ମହାମାରୀରେ ରୋଗୀଙ୍କୁ ସାହାଯ୍ୟ କରିବା ଏବଂ କୋରୋନା ବିରୋଧରେ ଭାରତର ଲଢେଇକୁ ସମର୍ଥନ କରିବାରେ ଆମ କମ୍ପାନୀ ସର୍ବଦା ଆଗରେ ଅଛି । ଏଥିସହ କମ୍ପାନୀ 200 ଏମଜି ଶକ୍ତିରେ ଫାଭିପିରାଭିର ଟାବଲେଟ୍ ବିକଶିତ କରିଛି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details