ଚଣ୍ଡିଗଡ: ସେଲଫି ନେବା ବାହାନାରେ ନେତାଙ୍କ ପକେଟମାର । କଥାଟା ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଘଟଣାଟି ସତ । ପଞ୍ଜାବରେ ଏଭଳି ଏକ ଘଟଣା ଘଟିଛି । ଚୋରମାନେ ଏଥର ସାଧାରଣ ଲୋକଙ୍କୁ ନୁହେଁ ନେତାଙ୍କୁ କରିଛନ୍ତି ଟାର୍ଗେଟ ।
ସେଲଫି ବାହାନାରେ ସାଂସଦଙ୍କ ପକେଟରୁ ଚୋରି - congress mp
ସେଲଫି ନେବା ବାହାନାରେ କଂଗ୍ରେସର ସାଂସଦଙ୍କ ଠାରୁ ଆରମ୍ଭ କରି 10 ଜଣ ନେତାଙ୍କ ପକେଟମାର ହୋଇଛି । ଘଟଣାଟି ଘଟିଛି ପଞ୍ଜାବରେ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରତିକାତ୍ମକ ଫଟୋ
ପଞ୍ଜାବର ଫତେହଗଡ ଲୋକସଭା ଆସନରୁ ବିଜୟୀ ହୋଇଥିବା ସାଂସଦ ଡାକ୍ତର ଅମର ସିଂହ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏକ ପାର୍ଟିର ଆୟୋଜନ କରିଥିଲେ । ଉକ୍ତ ପାର୍ଟିରେ ବହୁ ନେତା ସାଂସଦ ସାମିଲ ହୋଇଥିଲେ । ପାର୍ଟି ଚାଲିଥିବାବେଳେ କେହି ଦୁର୍ବୃତ୍ତ ସେଲଫି ନେବା ବାହାନାରେ ସାଂସଦଙ୍କ ସହ ଫଟୋ ଉଠାଇବା ସହ ପକେଟମାର କରିଥିବା ଅଭିଯୋଗ ହୋଇଛି । କେବଳ ସାଂସଦ ନୁହେଁ ପାର୍ଟରେ ଉପସ୍ଥିତ ଥିବା 10 ଜଣ କଂଗ୍ରେସ ନେତାଙ୍କ ମଧ୍ୟ ପକେଟମାର ହୋଇଛି ।
ଏନେଇ ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବ ଶୀଘ୍ର ଦୁର୍ବୃତ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।