ଓଡିଶା

odisha

ETV Bharat / bharat

ଲକଡାଉନରେ ନବଜାତକ ପାଇଁ ଉଡିଲା ସ୍ବତନ୍ତ୍ର ବିମାନ - ନବଜାତ ଶିଶୁ ପାଇଁ ଉଡିଲା ସ୍ବତନ୍ତ୍ର ବିମାନ

ଲକଡାଉନରେ ବି ଉଡିଲା ବିମାନ । ଏକ ନବଜାତ ଶିଶୁକୁ ସୁରଟରୁ ଏକ ସ୍ବତନ୍ତ୍ର ବିମାନରେ ବେଲଗାଭି ଅଣାଯାଇଛି ।

ଲକଡାଉନରେ ନବଜାତକ ପାଇଁ ଉଡିଲା ସ୍ବତନ୍ତ୍ର ବିମାନ
ଲକଡାଉନରେ ନବଜାତକ ପାଇଁ ଉଡିଲା ସ୍ବତନ୍ତ୍ର ବିମାନ

By

Published : Apr 15, 2020, 5:01 PM IST

ନୂଆଦିଲ୍ଲୀ: କୋରୋନାକୁ ମାତ ଦେବାକୁ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ ଜାରି । ଏଭଳି ପରିସ୍ଥିତିରେ ହୃଦଘାତରେ ପୀଡିତ ନବଜାତ ଶିଶୁ ଏକ ବିମାନରେ ସୁରଟରୁ ବେଲାଗାଭିରେ ପହଞ୍ଚିଛି । ସୁରଟରୁ ଡାକ୍ତରଙ୍କ ଟିମ ନୂତନ ଜନ୍ମିତ ଶିଶୁକୁ ଏକ ସ୍ବତନ୍ତ୍ର ବିମାନରେ ସମ୍ବ୍ରା ବିମାନବନ୍ଦର ବେଲଗାଭିକୁ ଅଣାଯାଇଛି ।

ସମ୍ବ୍ରା ବିମାନ ବନ୍ଦରରେ ପହଞ୍ଚିବା ପରେ ଶିଶୁକୁ ବେଲାଗାଭିର କେଏଲ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। କୋଭିଡ -19 ମହାମାରୀ ଭଳି ଜରୁରୀକାଳୀନ ପରିସ୍ଥିତିରେ ଶିଶୁର ଜୀବନ ବଞ୍ଚାଇବାକୁ ଡାକ୍ତରମାନେ ସଂଘର୍ଷ କରୁଛନ୍ତି। ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ବିଚାର କରି ଏହି ଡାକ୍ତରଙ୍କ ଟିମ୍ ଶିଶୁର ଚିକିତ୍ସା ପାଇଁ ଦାୟିତ୍ବ ନେଇଛନ୍ତି। ଶିଶୁ ଡାକ୍ତରଙ୍କୁ ମଧ୍ୟ ବେଙ୍ଗାଲୁରୁକୁ ଏକ ସ୍ୱତନ୍ତ୍ର ବିମାନରେ ଯାତ୍ରା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details