ଓଡିଶା

odisha

ETV Bharat / bharat

337 ଆପ୍‌ରୁ ୟୁଜର ଡାଟା ଚୋରି କରିପାରେ ବ୍ଲାକରକ ଆଣ୍ଡ୍ରଏଡ ମାଲଓ୍ବେୟର

ସାଇବର ସିକ୍ୟୁରିଟି ଏକ୍ସପର୍ଟ ତଥା ସାଇବର ସିକ୍ୟୁରିଟି ଆସୋସିଏସନ୍ ଅଫ୍ ଇଣ୍ଡିଆର ଡାଇରେକ୍ଟର ଜେନେରାଲ କର୍ଣ୍ଣେଲ ଇନ୍ଦରଜିତ ସିଂ ଜାଣିବାକୁ ପାଇଲେ ଯେ ଏକ ନୂତନ ଆଣ୍ଡ୍ରଏଡ୍ ମାଲୱେର୍ ବ୍ଲାକରକ ଏପରି ଭାବରେ ଉଭା ହୋଇଛି ଯେ ଏଥିରେ ବିଭିନ୍ନ ପ୍ରକାରର ଡାଟା ଚୋରି କ୍ଷମତା ରହିଛି । ଅଧିକ ପଢନ୍ତୁ...

By

Published : Jul 20, 2020, 9:29 PM IST

337 ଆପ୍‌ରୁ ୟୁଜର ଡାଟା ଚୋରି କରିପାରେ ବ୍ଲାକରକ ଆଣ୍ଡ୍ରଏଡ ମାଲଓ୍ବେୟର
337 ଆପ୍‌ରୁ ୟୁଜର ଡାଟା ଚୋରି କରିପାରେ ବ୍ଲାକରକ ଆଣ୍ଡ୍ରଏଡ ମାଲଓ୍ବେୟର

ନୂଆଦିଲ୍ଲୀ: ସାଇବର ଦୁନିଆରେ ଦେଖାଦେଇଛି ଏକ ନୂଆ ମାଲଓ୍ବେୟର, ଯାହାର ନାଁ ରହିଛି ବ୍ଲାକ ରକ । ମୋବାଇଲ ସୁରକ୍ଷା ସଂସ୍ଥା ଥ୍ରେଟ୍‌ ଫେବ୍ରିକ ପକ୍ଷରୁ ଏହାକୁ ଚଳିତ ବର୍ଷ ମେ ମାସରେ ଆବିଷ୍କାର କରିଥିଲା ।

କର୍ଣ୍ଣେଲ ଇନ୍ଦରଜୀତ ସୂଚନା ଦେଇଛନ୍ତି ଯେ ଥରେ ବ୍ଲାକ ରକ ଏକ ଡିଭାଇସରେ ଇନଷ୍ଟଲ୍ ହୋଇଗଲେ, ଏହା ବିପଦପୂର୍ଣ୍ଣ ଆପଲିକେସନ ସହିତ ମିଶି ଆଣ୍ଡ୍ରଏଡ ଆକ୍ସେସିବିଲିଟି ସର୍ଭିସେସ୍ ସୁବିଧାକୁ ଅପବ୍ୟବହାର କରି ଆପତ୍ତିଜନକ ତଥ୍ୟ ସଂଗ୍ରହ କରିଥାଏ । ଏଥିପାଇଁ ଏହା ପ୍ରଥମ ଥର ଲଞ୍ଚ ହୋଇଥିବା ଗୁଗୁଲ୍ ଅପଡେଟ୍ ନାଁରେ ବ୍ୟବହାରକାରୀଙ୍କ ଅନୁମତି ଖୋଜିଥାଏ, ଯାହାକି ସ୍କ୍ରିନସଟ ଯୋଗେଁ ନିମ୍ନରେ ଦର୍ଶାଯାଇଛି ।

337 ଆପ୍‌ରୁ ୟୁଜର ଡାଟା ଚୋରି କରିପାରେ ବ୍ଲାକରକ ଆଣ୍ଡ୍ରଏଡ ମାଲଓ୍ବେୟର
337 ଆପ୍‌ରୁ ୟୁଜର ଡାଟା ଚୋରି କରିପାରେ ବ୍ଲାକରକ ଆଣ୍ଡ୍ରଏଡ ମାଲଓ୍ବେୟର

ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମର ଆକ୍ସେସିବିଲିଟି ଫିଚରରେ ବ୍ଲାକ ରକ ନିଜକୁ ଅନ୍ୟ ଆଣ୍ଡ୍ରଏଡରେ ପ୍ରବେଶ କରିବାକୁ ଅନୁମତି ଦେଇଥାଏ । ଏହାପରେ ନିଜକୁ ସେହି ଡିଭାଇସରେ ଆଡମିନିଷ୍ଟ୍ରେଟିଭ ଆସେସ ଦେବାକୁ ଏକ ଆଣ୍ଡ୍ରଏଡ ଡିଭାଇସ ପଲିସି କଣ୍ଟ୍ରୋଲର୍ ବ୍ୟବହାର କରେ |

ଆଶ୍ଚର୍ଯ୍ୟଜନକ ଭାବରେ, ବ୍ଲାକ ରକର ଟାର୍ଗେଟ ତାଲିକାରେ ଥିବା 337ଟି ଆପଲିକେସନ ମଧ୍ୟରୁ ଅନେକ ଆପଲିକେସନ ପୂର୍ବରୁ ବ୍ୟାଙ୍କିଙ୍ଗ୍ ମାଲୱେର ଦ୍ବାରା ଟାର୍ଗେଟ ହୋଇଥିବାର ଦେଖାଯାଇନାହିଁ | ଏହି ଟାର୍ଗେଟଗୁଡିକ ପ୍ରାୟତଃ ଆର୍ଥିକ ପ୍ରତିଷ୍ଠାନଗୁଡିକ ସହିତ ଜଡିତ ନୁହଁନ୍ତି । ଏହା କେବଳ କ୍ରେଡିଟ୍ କାର୍ଡର ବିବରଣୀ ଚୋରି କରିବା ପାଇଁ ବ୍ୟବହାର କରାଯାଏ | ଅଣ-ଆର୍ଥିକ ଆପଲିକେସନ ଟାର୍ଗେଟ ତାଲିକାରେ ଟାଇଣ୍ଡର୍, ଟିକଟକ୍, ପ୍ଲେ ଷ୍ଟେସନ୍, ଫେସବୁକ୍, ଇନଷ୍ଟାଗ୍ରାମ, ସ୍କାଇପ୍, ସ୍ନାପଚଟ୍, ଟ୍ବିଟର, ଭିକେ, ନେଟଫ୍ଲିକ୍ସ, ଉବେର, ଆମାଜନ, ରେଡ୍ଡିଟ୍, ଏବଂ ଟମ୍ବଲର୍ ଭଳି ଲୋକପ୍ରିୟ ଆପଲିକେସନ ରହିଛି ।

ଥ୍ରେଟ୍ ଫ୍ୟାବ୍ରିକ୍ ଅନୁଯାୟୀ 2020ର ଦ୍ବିତୀୟାର୍ଦ୍ଧରେ ଏହା ଆଶ୍ଚର୍ଯ୍ୟଜନକ ଘଟଣା ସହିତ ଆସିବ । ଏଲିଏନ୍, ଇଭେଣ୍ଟବଟ୍, ଏବଂ ବ୍ଲାକରକ ପରେ, ଆମେ ଆଶା କରିପାରିବା ଯେ ଆର୍ଥିକ ଦୃଷ୍ଟିରୁ ଥ୍ରେଟ୍‌ ଆକ୍ଟରମାନେ ନୂତନ ବ୍ୟାଙ୍କିଙ୍ଗ୍ ମାଲୱେର୍ ଗଠନ କରିବା ସହ ଏହାର ବିକାଶ ଦିଗରେ ଧ୍ୟାନ ଦେବେ ।

337 ଆପ୍‌ରୁ ୟୁଜର ଡାଟା ଚୋରି କରିପାରେ ବ୍ଲାକରକ ଆଣ୍ଡ୍ରଏଡ ମାଲଓ୍ବେୟର

କର୍ଣ୍ଣେଲ ଇନ୍ଦରଜିତ ପରାମର୍ଶ ଦେଇଛନ୍ତି ଯେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମକୁ ଅପଡେଟ ରଖନ୍ତୁ, ଅପଡେଟ୍ ହେବାକୁ ଥିବା ଆପ୍, ମୋବାଇଲ୍ ଫୋନରେ ସଠିକ୍ ଆଣ୍ଟି-ଭାଇରସ୍ ରଖନ୍ତୁ, କୌଣସି ଅଜଣା ଆପଲିକେସନ ଡାଉନଲୋଡ୍ କରନ୍ତୁ ନାହିଁ ।

ସାଇବର ସିକ୍ୟୁରିଟି ଆସୋସିଏସନ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ପ୍ରଫେସର ଏନ କେ ଗୋୟଲ ମଧ୍ୟ ସମାନ ମତ ରଖି କହିଛନ୍ତି ଯେ ଆମେ ଆପ୍ଲିକେସନଗୁଡକୁ ସୁରକ୍ଷିତ ଭାବରେ ବ୍ୟବହାର କରିବା ଉଚିତ ଏବଂ ମାଲୱେୟାର ଦ୍ବାରା ଜାଲରେ ପଡ଼ିବା ଉଚିତ ନୁହେଁ ।

ABOUT THE AUTHOR

...view details